ଅପରାଧ ଘଟାଇଥିବା ଅପରାଧିଙ୍କୁ ଜଗିବ ଡ୍ରୋନ୍
ଭୁବନେଶ୍ଵର : ରାଜଧାନୀରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କୁ ଜଗିବ ଡ୍ରୋନ। ଏଥିପାଇଁ କମିଶନରେଟ ପୋଲିସର ଭୁବନେଶ୍ଵର ଇଉପିଡିକୁ ଏସପିଜି ପକ୍ଷରୁ ଏକ ହାଇ ପରଫର୍ମିଙ୍ଗ ଡ୍ରୋନ ଯୋଗାଇ ଦିଆଯାଇଛି। ଏହି ଡ୍ରୋନ ୫ କିଲୋମିଟର ପର୍ୟ୍ୟନ୍ତ ଅକାଶରେ ଉଡିପାରିବ। ଏଥିରେ ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାମେରା ସହିତ ଜିପିଏସ୍ ଖଞ୍ଜା ଯାଇଛି। ରାଜଧାନୀର ଲୋୟର୍ ପିଏମଜି ଠାରେ ବଡ ବଡ଼ ଆନ୍ଦୋଳନ ବେଳେ ଅପରାଧ ଘଟାଇଥିବା ଅପରାଧିମାନଙ୍କୁ ଚିହ୍ନଟ କରିବାରେ ସହଯୋଗ କରିବ ଏହି ଡ୍ରୋନ୍।
Powered by Froala Editor