ନିରଞ୍ଜନଙ୍କ ପାଖରେ ରହିଛି ୪୦ଲକ୍ଷ ଟଙ୍କାର ସୁନାଗହଣା
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀଗଣ ଆଜି ନିଜର ସଂପତ୍ତି ତାଲିକା ଘୋଷଣା କରିଛନ୍ତି। ସୁନା ଗହଣାରେ ଆଗରେ ରହିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ତାଙ୍କ ନିକଟରେ ପ୍ରାୟ ୪୦ଲକ୍ଷ ଟଙ୍କାର ସୁନାଗହଣା ରହିଛି।। ସେହିପରି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ନିକଟରେ ୨ଶହ ଗ୍ରାମ୍ ବା ୯ଲକ୍ଷ ଟଙ୍କାର ସୁନା ରହିଛି। ଯାହାକି ତାଙ୍କୁ ପୈତୃକ ସଂପତ୍ତି ଭାବେ ମିଳିଥିବା ସେ ଦର୍ଶାଇଛନ୍ତି। ସେହିପରି ପ୍ରଦୀପ ଅମାତଙ୍କ ନିକଟରେ ୪ଲକ୍ଷ, ପ୍ରୀତି ଘଡ଼େଇଙ୍କ ନିକଟରେ ୩.୫ଲକ୍ଷ, ପ୍ରଫୁଲ୍ଲ ମଲ୍ଲିକଙ୍କ ପାଖରେ ୨.୪ଲକ୍ଷ ଓ ଅଶୋକ ପଣ୍ଡାଙ୍କ ନିକଟରେ ୨.୬ଲକ୍ଷ ଟଙ୍କାର ସୁନା ରହିଛି।
Powered by Froala Editor