୨୩ ରୁ ରିଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ
କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୩ ମାଟ୍ରିକ୍ (ଦଶମ), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାଫଳ ପ୍ରକାଶ ପାଇଛି। କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ ପରୀକ୍ଷାଫଳ ପ୍ରକାଶ ପାଇଛି।
ତେବେ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆସନ୍ତା ୨୩ ତାରିଖରୁ ରେଚେକିଂ ପାଇଁ ଆବେଦନ କରିପାରିବେ । ହାଇସ୍କୁଲ ପାଇଁ ଛାତ୍ରଛାତ୍ରୀ ଅନଲାଇନ ଯୋଗେ ରେଚେକିଂ ପାଇଁ ଆବେଦନ କରିପାରିବେ । ସେହିପରି ମଧ୍ୟମା ଓ ଷ୍ଟେଟ ଓପନ ସ୍କୁଲ ପାଇଁ ଅଫଲାଇନ ଯୋଗେ ଆବେଦନ କରିପାରିବେ । ଏନେଇ ବୋର୍ଡ ଉପସଭାପତି ନିହାର ମହାନ୍ତି ସୂଚନା ଦେଇଛନ୍ତି ।
ପ୍ରକାଶ ଯେ ଚଳିତ ବର୍ଷ ପାସ ହାର ରହିଛି ୯୬.୪୦% । ଏ-୧ରେ ୪,୧୫୮ ଜଣ ପାସ କରିଥିବାବେଳେ ଏ-୨ରେ ୨୯,୮୩୮ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ସେହିପରି ବି-୧ରେ ୭୭,୫୬୭ ଜଣ ପାସ କରିଥିବାବେଳେ ବି-୨ରେ୧, ୧୮,୭୫୦ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ତେବେ ଏଥର ବି ପାସହାରରେ ଛାତ୍ରୀମାନେ ଆଗରେ ଅଛନ୍ତି । ଛାତ୍ରୀଙ୍କ ପାସ ହାର ୯୭.୦୫ ପ୍ରତିଶତ ଥିବାବେଳେ ଛାତ୍ରଙ୍କ ପାସହାର ୯୫.୭୫ ପ୍ରତିଶତ ରହିଛି । ତେବେ କଟକ ଓ ଜଗତସିଂହପୁରରେ ପାସହାର ସର୍ବାଧିକ ରହିଛି । ଏହି ଦୁଇ ଜିଲ୍ଲାରେ ପାସହାର ୯୭.୯୯% ରହିଛି । ତେବେ ମାଲକାନଗିରିରେ ପାସହାର ସର୍ବନିମ୍ନ ରହିଥିବା ଜଣାଯାଇଛି । ଏଠାରେ ପାସ ହାର ୯୨.୬୩ ପ୍ରତିଶତ ପାସ ହାର ରହିଛି । ତେବେ ୩୨୨୨ଟି ସ୍କୁଲରେ ଶତପ୍ରତିଶତ ରେଜଲ୍ଟ ହୋଇଥିବା ସୂଚନା ମିଳିଛି । ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଝିଅଙ୍କ ସଂଖ୍ୟା ୨୨୫୪ ଥିବାବେଳେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ପୁଅଙ୍କ ସଂଖ୍ୟା ୧୯୦୪ ବୋଲି ଜଣାଯାଇଛି । ଷ୍ଟେଟ ଓପନ ସ୍କୁଲର ପାସହାର ୭୫.୦୭ ପ୍ରତିଶତ ରହିଥିବାବେଳେ ମଧ୍ୟମାରେ ପାସହାର ୮୫.୯୪ ପ୍ରତିଶତ ରହିଛି ।
Powered by Froala Editor