ଗଛରେ ପିଟିହେଲା ବୋଲେରୋ, ୨ ମୃତ
ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରାମଚନ୍ଦ୍ରପୁର ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ କୋଇଡ଼ା ଥାନା, କମଣ୍ଡୋ ଅଞ୍ଚଳର ବିନୋଦ ବାରିକ ଓ ନିଳାଦ୍ରି ଘଣା । ସେହିପରି ୨ ଗୁରୁତର ଆହତଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ଏମାନେ ବୋଲେରୋ ଯୋଗେ ଝାଡ଼ଖଣ୍ଡରେ ଏକ ବିବାହ ଭୋଜିରେ ଯୋଗ ଦେଇ ବିଳମ୍ବିତ ରାତିରେ ସେଠାରୁ ଘରକୁ ଫେରୁଥିଲେ । ତେବେ ରାମଚନ୍ଦ୍ରପୁର ନିକଟରେ ବୋଲେରୋଟି ଭାରସାମ୍ୟ ହରାଇ ଦ୍ରୁତ ଗତିରେ ଏକ ଶାଳ ଗଛରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଥିଲେ।
Powered by Froala Editor