ଅଡୁଆରେ ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା: ବୋହୂ ଆଣିଲେ ଯୌତୁକ ନିର୍ୟାତନା ଅଭିଯୋଗ
ଭୁବନେଶ୍ୱର: ନାରୀଶସକ୍ତିକରଣ ପାଇଁ ବିଜେଡି ସରକାର ବହୁ ଉଦ୍ୟମ କରୁଥିବା କହୁଛି । ମହିଳାଙ୍କୁ ହାଣ୍ଡିଶାଳରୁ ବାହାର କରି ଦୁବାଇ ବିମାନରେ ପଠାଉଛନ୍ତି । ତେବେ ବିଜେଡି ନେତା ଘରେ ନାରୀମାନଙ୍କୁ ଯୌତୁକ ନିର୍ଯାତନ ଦିଆଯିବା ଭଳି ଅଭିଯୋଗ ଆସୁଛି ।
ଅଡୁଆରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା । ବୋହୂ ରୋନାଲି ଆଣିଛନ୍ତି ଯୌତୁକ ନିର୍ୟାତନା ଅଭିଯୋଗ । କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କ ପୁଅ ସତ୍ୟପ୍ରକାଶ ବେହେରାଙ୍କ ପତ୍ନୀ ହେଉଛନ୍ତି ରୋନାଲି । ବାଙ୍କୀ ଥାନାରେ ଯୌତୁକ ନିର୍ୟାତନା ଅଭିଯୋଗ ଆଣିଛନ୍ତି ରୋନାଲି । ଏତଲାରେ ଶଶୀଭୂଷଣ ବେହେରାଙ୍କ ପରିବାର ନାଁରେ ଅଭିଯୋଗ ରହିଛି ।
ବୋହୂ ରୋନାଲି ଶାରିରୀକ ଓ ମାନସିକ ନିର୍ୟାତନା ପାଇଥିବା ଅଭିଯୋଗ ଆଣିଛନ୍ତି । ଏଥିସହ ତାଙ୍କୁ ଘରୁ ବାହାର କରି ଦିଆଯାଇଥିବା କହିିଛନ୍ତି । ଶଶି ବେହେରାଙ୍କ ପୁଅଙ୍କର ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ରୋନାଲି । ପୁଅର ସମସ୍ତ କାର୍ୟ୍ୟକଳାପ ସମ୍ପର୍କରେ ଜାଣି ବି ଶ୍ୱଶୂର ଶଶି ବେହେରା ଚୁପ ରହୁଥିବା ରୋନାଲି ଅଭିଯୋଗ କରିଛନ୍ତି ।
Powered by Froala Editor