ବିଶ୍ୱର ନୂଆ ଶ୍ରେଷ୍ଠ ଧନୀ ଭାବେ ଉଭା ହେଲେ ବର୍ନାଡ

ନୂଆଦିଲ୍ଲୀ: ଫ୍ରାନ୍ସର କଂପାନି ଏଲଭିଏମଏଚର ସିଇଓ ବର୍ନାଡ୍ ଆର୍ନଲଟ ବିଶ୍ୱର ନୂଆ ଶ୍ରେଷ୍ଠ ଧନୀ ଭାବେ ଉଭା ହୋଇଛନ୍ତି । ସେ ଆମାଜନର ମୁଖ୍ୟ ଜେଫ ବେଜୋସଙ୍କୁ ଗାଦିଚୁ୍ୟତ କରିଛନ୍ତି । ବେଜୋସଙ୍କ ସମ୍ପତ୍ତି ୧୮,୬୦୦ କୋଟି ଡଲାର ହୋଇଥିବା ବେଳେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ୨୦୨୧ରେ ବର୍ନାଡ୍ ନିଜ ସମ୍ପତ୍ତିରେ ୪୭୦୦ କୋଟି ଡଲାର ଯୋଡ଼ିଛନ୍ତି । ଫୋର୍ବସର ରିଅଲ-ଟାଇମ୍ ବିଲିଓନେୟାର ର୍ୟାଙ୍କିଙ୍ଗ ରହିଛି । ବିଶ୍ୱର ପ୍ରମୁଖ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତିରେ ହେଉଥିବା ହ୍ରାସ ଓ ବୃଦ୍ଧି ଉପରେ ଏହା ନଜର ରଖିଛି । ବର୍ନାଡଙ୍କ କଂପାନି ଏଲଭିଏମଏଚ ଅଧୀନରେ ରହିଛି ଫେଣ୍ଡି, କ୍ରିଷ୍ଟିଆନ୍ ଡିଓର ଓ ଗିଭେଞ୍ଜି ଭଳି ଲକଜୁରି ବ୍ରାଣ୍ଡ । ଲୁଇ ଭୁଟନ୍ ଓ ସେଫୋରା ଭଳି ୭୦ଟି ବ୍ରାଣ୍ଡର ଦେଖାଶୁଣା କରୁଛନ୍ତି ବର୍ନାଡ । କ୍ରିଷ୍ଟିଆନ ଡିଓରରେ ତାଙ୍କର ୯୬.୫% ଅଂଶଧନ ରହିିଛି ।
Powered by Froala Editor