Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Wednesday, June 07, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • 'ଆମେ ନ ବୁଝି ନ ଶୁଝି କୌଣସି ପ୍ରସ୍ତାବ ...

  • ନିର୍ମାଲ୍ୟକୁ ଛୁଇଁଲେ ମିଳେ କୋଟି ...

  • ବୁଦ୍ଧିମାନ ଅମେରୁଦଣ୍ଡୀ ପ୍ରାଣୀ ...

  • ଉପସ୍ଥିତ ବୁଦ୍ଧି ବଞ୍ଚାଇଦେଲା ଜୀବନ : ଛୁରୀ ...

  • କଣ୍ଢେଇ ମାଗିଲା ବୋଲି ଝିଅକୁ ମାରିଦେଲା ...

  • ଆଫ୍ରିକାରେ ଏକା ବୁଲୁଛନ୍ତି ଆଶିଷ, ୟୁଜର୍ସ ...

  • ବ୍ରିଜଭୂଷଣଙ୍କ ଘରେ ଦିଲ୍ଲୀ ପୁଲିସର ...

  • ଭୟଙ୍କର ସଡ଼କ ଦୁର୍ଘଟଣା: ୫ ମୃତ

  • ରକ୍ତଚାପ ଦୂର କରେ ଲିଚୁ

  • ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ...

ବିଶେଷ
Home ›› ବିଶେଷ ››ଗାଡ଼ିରେ ଯାତ୍ରା ସମୟରେ ଆପଣାନ୍ତୁ ଘରୋଇ ଟିପ୍ସ, ହେବନି ବାନ୍ତି

ଗାଡ଼ିରେ ଯାତ୍ରା ସମୟରେ ଆପଣାନ୍ତୁ ଘରୋଇ ଟିପ୍ସ, ହେବନି ବାନ୍ତି

2023-05-16 11:10:41
14824
Share:
Facebook
Twitter
E-Mail
WhatsApp
Telegram
ଗାଡ଼ିରେ ଯାତ୍ରା ସମୟରେ ଆପଣାନ୍ତୁ ଘରୋଇ ଟିପ୍ସ, ହେବନି ବାନ୍ତି

ଗାଡ଼ିରେ ଯାତ୍ରା କରିବା ସମୟରେ ଅନେକଙ୍କଠାରେ ହଠାତ୍‌ ଦେହ ଖରାପ ଲାଗିବା, ମୁଣ୍ଡ ବୁଲାଇବା ଏବଂ ବାନ୍ତି ହେବା ଭଳି ସମସ୍ୟା ଅନେକଙ୍କୁ ଏଭଳି ଖୁସିରୁ ବଞ୍ଚତ୍ତ କରିଥାଏ। ତେବେ ଏହା ଏକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଯାହାକୁ ମୋସନ ସିକ୍‌ନେସ୍‌ ବୋଲି କୁହାଯାଏ। ଏହି ସମସ୍ୟା କେତେକଙ୍କ ଠାରେ ବଂଶଗତ ମଧ୍ୟ ହୋଇପାରେ। ହେଲେ ଏହାକୁ ଡରି କେଉଁଆଡ଼େ ନ ଯିବା କିମ୍ବା କଷ୍ଟରେ ଯାତ୍ରାକରି ବୁଲିବାର ମଜାକୁ ଏଞ୍ଜୟ ନ କରିବା ଏହାର ସମାଧାନ ନୁହେଁ। କେତେକ ଦିଗ ପ୍ରତି ଦୃଷ୍ଟିଦେଲେ ଏହି ସମସ୍ୟା ଦୂର କରାଯାଇପାରିବ…

ପେଟ ଖାଲି ଠିକ୍‌ ନୁହେଁ: ଖାଇବା ପରେ ଗାଡ଼ିରେ ବସିଲେ ବାନ୍ତି ହୁଏ, ଏଭଳି ଧାରଣା ଅନେକଙ୍କ ମନରେ ରହିଛି। ତେଣୁ କେଉଁ ଆଡ଼େ ଯିବା ପୂର୍ବରୁ ସେମାନେ ଖାଲିପେଟରେ ରହିଥାନ୍ତି। ହେଲେ ଆପଣ ଜାଣନ୍ତିକି ଖାଲି ପେଟରେ ରହିବା ଦ୍ୱାରା ଗ୍ୟାସ୍‌, ଏସିଡିଟି ହୋଇ ମୁଣ୍ଡ ବୁଲେଇବା ସହ ଅଧିକ ବାନ୍ତି ହୋଇଥାଏ। ତେଣୁ ଗାଡ଼ିରେ ଯାତ୍ରା କରିବା ପୂର୍ବରୁ କିଛି ଖାଇବା ଭଲ। ତେଲ ମସଲା, ଛଣାଛଣି ଭଳି ଖାଦ୍ୟ ଏ ସମୟରେ ନ ଖାଇ କିଛି ହାଲୁକା ଖାଦ୍ୟ, ଫଳ ଆଦି ଖାଇବା ଅବା ଜୁସ୍‌ ପିଇବା ଲାଭଦାୟକ।

ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ: ଅନେକ ମହିଳା ଗାଡ଼ିରେ ବାନ୍ତିହେବା ଭୟରେ ବାନ୍ତି ମେଡିସିନ୍‌ ଖାଇଦିଅନ୍ତି। ହେଲେ ଏହା ବୁଦ୍ଧିମତ୍ତାର କାର୍ଯ୍ୟ ନୁହେଁ। କାରଣ କେବେ କେବେ ଏହାର ନକାରାତ୍ମକ ପ୍ରଭାବ ମଧ୍ୟ ଶରୀର ଉପରେ ପଡ଼ିପାରେ। ତେଣୁ ଯଦି ମୋସନ ସିକ୍‌ନେସ୍‌ ସମସ୍ୟା ବେଶି ଥାଏ ତେବେ ଯାତ୍ରା ପୂର୍ବରୁ ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ଖାଇନେବା ଭଲ।

ଆପଣାନ୍ତୁ ଘରୋଇ ଉପଚାର: ଗାଡ଼ିରେ ଯିବା ବେଳେ ପାଖରେ ଅଦା ଖଣ୍ଡ ଏବଂ ଲେମ୍ବୁ ରଖନ୍ତୁ। ବାନ୍ତି ଲାଗିବା ମାତ୍ରେ ଏହାକୁ ଖାଆନ୍ତୁ। ଏଥିରେ ଥିବା ଆଣ୍ଟିଏମିଟିକ୍‌ ଗୁଣ ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା ଆଦି ଦୂର କରିବାରେ ସାହାଯ୍ୟ କରିଥାଏ। ମୋସନ ସିକ୍‌ନେସ୍‌ ଥିଲେ ଯାତ୍ରା ପୂର୍ବରୁ ଅଦା ଚା ପିଇବା ଲାଭଦାୟକ ହୋଇଥାଏ। ଅନେକଙ୍କ ଠାରେ ଗାଡ଼ିର ଧୂଆଁ, ପେଟ୍ରୋଲ, ଡିଜେଲ ଆଦିର ଗନ୍ଧ ମଧ୍ୟ ବାନ୍ତିର କାରଣ ସାଜିଥାଏ। ଏମିତିରେ ଲେମ୍ବୁ ଶୁଙ୍ଘିବା ଦ୍ୱାରା ବାନ୍ତି ହୋଇ ନ ଥାଏ।

ସିଧା ବସନ୍ତୁ: ଯାତ୍ରା ବେଳେ ବାନ୍ତି ନ ହେବା ଲାଗି ଆଗକୁ ମୁହଁ କରି ଆଗ କିମ୍ବା ମଝି ସିଟ୍‌ରେ ବସନ୍ତୁ। କାରଣ ଗାଡ଼ି ଭିତରେ ରାସ୍ତାର ବିପରୀତ ଦିଗକୁ ମୁହଁକରି କିମ୍ବା ବଡ଼ ଗାଡ଼ିର ପୂରା ପଛ ସିଟ୍‌ରେ ବସିଲେ ମୋସନ ସିକ୍‌ନେସ୍‌ ହୋଇ ବାନ୍ତି ହେବାର ଆଶଙ୍କା ବେଶି।

ଖୋଲା ପବନ ଭଲ: ଅନେକଙ୍କୁ ଗାଡ଼ି ଭିତରେ ଏସି ଲଗାଇ ବସିବା ଦ୍ୱାରା ବି ବାନ୍ତି ହୋଇଥାଏ, ଏମିତିରେ ଆପଣ କିଛି ସମୟ ଗ୍ଲାସ୍‌ ଖୋଲା ରଖିପାରିବେ। ବାହାର ଖୋଲା ପବନ ସଂସ୍ପର୍ଶରେ ଆସିବା ଦ୍ୱାରା ମଧ୍ୟ ବାନ୍ତିହୋଇ ନ ଥାଏ।

ଆପଣାନ୍ତୁ ମ୍ୟୁଜିକ୍‌ ଥେରାପି: ଗୀତରେ ଯାଦୁକରୀ ଶକ୍ତି ରହିଛି। ତେଣୁ ଏହାକୁ ମ୍ୟୁଜିକ୍‌ ଥେରାପି ଭଳି ବ୍ୟବହାର କରାଯାଏ। ଯଦି ଗାଡ଼ିରେ ବସିଲେ ବାନ୍ତି ହେଉଥାଏ ତେବେ ଏହି ସମସ୍ୟା ଦୂରକରିବା ଲାଗି ଭଲ ଗୀତ ଶୁଣନ୍ତୁ। ନିଜ ମନକୁ ଭୁଲାଇବା ଲାଗି ଏହା ସବୁଠୁ ଭଲ ମାଧ୍ୟମ। ଦେଖିବେ ଏହାଦ୍ୱାରା ଆପଣଙ୍କ ଧ୍ୟାନ ଗୀତ ଆଡକୁ ଯିବ ଏବଂ ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା ଆଦି ସମସ୍ୟା ଦୂର ହୋଇଯିବ।

ପକାନ୍ତୁନି ପର୍‌ଫ୍ୟୁମ୍‌ : ଯଦି ଗାଡ଼ିରେ ବସିଲେ ବାନ୍ତି ହେଉଥାଏ ତେବେ ଯାତ୍ରା ସମୟରେ ଟାଇଟ୍‌ ବଦଳରେ ହାଲୁକା ଏବଂ ଢିଲା କଟନ ପୋଷାକ ପିନ୍ଧିବା ସବୁଠୁ ଭଲ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଧିକ ସୁଗନ୍ଧଯୁକ୍ତ ପର୍‌ଫ୍ୟୁମ୍‌ କିମ୍ବା ଗାଡ଼ି ଭିତରେ କଡ଼ା ସୁଗନ୍ଧଯୁକ୍ତ ଏୟାର ଫ୍ରେସ୍‌ନର ପକାନ୍ତୁ ନାହିଁ।

Powered by Froala Editor

Tags Health tips

Related articles Odisha News Lens 3.2

  • ବ୍ରିଜଭୂଷଣଙ୍କ ଘରେ ଦିଲ୍ଲୀ ପୁଲିସର ପଚରାଉଚରା
    ଦେଶ-ଦେଶାନ୍ତର

    ବ୍ରିଜଭୂଷଣଙ୍କ ଘରେ ଦିଲ୍ଲୀ ପୁଲିସର ପଚରାଉଚରା

    14248
    Jun 06, 2023
  • ଉପସ୍ଥିତ ବୁଦ୍ଧି ବଞ୍ଚାଇଦେଲା ଜୀବନ : ଛୁରୀ ନକାଢି ବାଇକ୍ ଚଳାଇ ଡାକ୍ତରଖାନା ଗଲେ ଯୁବକ
    ଦେଶ-ଦେଶାନ୍ତର

    ଉପସ୍ଥିତ ବୁଦ୍ଧି ବଞ୍ଚାଇଦେଲା ଜୀବନ : ଛୁରୀ ନକାଢି ବାଇକ୍ ଚଳାଇ ଡାକ୍ତରଖାନା ଗଲେ ଯୁବକ

    15528
    Jun 06, 2023
  • କଣ୍ଢେଇ ମାଗିଲା ବୋଲି ଝିଅକୁ ମାରିଦେଲା ବାପା
    ଅପରାଧ

    କଣ୍ଢେଇ ମାଗିଲା ବୋଲି ଝିଅକୁ ମାରିଦେଲା ବାପା

    14100
    Jun 06, 2023
  • ଭୟଙ୍କର ସଡ଼କ ଦୁର୍ଘଟଣା:  ୫ ମୃତ
    ଦେଶ-ଦେଶାନ୍ତର

    ଭୟଙ୍କର ସଡ଼କ ଦୁର୍ଘଟଣା: ୫ ମୃତ

    15499
    Jun 06, 2023
  • ବୁଦ୍ଧିମାନ ଅମେରୁଦଣ୍ଡୀ ପ୍ରାଣୀ ଅକ୍‌ଟୋପସର କାହାଣୀ
    ବିଶେଷ

    ବୁଦ୍ଧିମାନ ଅମେରୁଦଣ୍ଡୀ ପ୍ରାଣୀ ଅକ୍‌ଟୋପସର କାହାଣୀ

    14879
    Jun 07, 2023
  • ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ପତ୍ର, ମିଳିବ ଆଶ୍ଚର୍ଯ୍ୟଜନକ ଉପକାର
    ବିଶେଷ

    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ପତ୍ର, ମିଳିବ ଆଶ୍ଚର୍ଯ୍ୟଜନକ ଉପକାର

    15611
    Jun 06, 2023
  • ନିର୍ମାଲ୍ୟକୁ ଛୁଇଁଲେ ମିଳେ କୋଟି ଜନ୍ମରୁ ମୁକ୍ତି
    ବିଶେଷ

    ନିର୍ମାଲ୍ୟକୁ ଛୁଇଁଲେ ମିଳେ କୋଟି ଜନ୍ମରୁ ମୁକ୍ତି

    13881
    Jun 07, 2023
  • ଆଫ୍ରିକାରେ ଏକା ବୁଲୁଛନ୍ତି ଆଶିଷ, ୟୁଜର୍ସ କହିଲେ ପତ୍ନୀ କୁଆଡେ ଗଲେ?
    ମନୋରଞ୍ଜନ

    ଆଫ୍ରିକାରେ ଏକା ବୁଲୁଛନ୍ତି ଆଶିଷ, ୟୁଜର୍ସ କହିଲେ ପତ୍ନୀ କୁଆଡେ ଗଲେ?

    14214
    Jun 06, 2023
  • ରକ୍ତଚାପ ଦୂର କରେ ଲିଚୁ
    ବିଶେଷ

    ରକ୍ତଚାପ ଦୂର କରେ ଲିଚୁ

    14251
    Jun 06, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ନିର୍ମାଲ୍ୟକୁ ଛୁଇଁଲେ ମିଳେ କୋଟି ଜନ୍ମରୁ ମୁକ୍ତି

    13881
    Jun 07, 2023
  • ଦେଶ-ଦେଶାନ୍ତର

    ଭୟଙ୍କର ସଡ଼କ ଦୁର୍ଘଟଣା: ୫ ମୃତ

    15499
    Jun 06, 2023
  • ବିଶେଷ

    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ପତ୍ର, ମିଳିବ ଆଶ୍ଚର୍ଯ୍ୟଜନକ ଉପକାର

    15611
    Jun 06, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ନିର୍ମାଲ୍ୟକୁ ଛୁଇଁଲେ ମିଳେ କୋଟି ଜନ୍ମରୁ ମୁକ୍ତି

    13881
    Jun 07, 2023
  • ବୁଦ୍ଧିମାନ ଅମେରୁଦଣ୍ଡୀ ପ୍ରାଣୀ ଅକ୍‌ଟୋପସର କାହାଣୀ

    14879
    Jun 07, 2023
  • ରକ୍ତଚାପ ଦୂର କରେ ଲିଚୁ

    14251
    Jun 06, 2023
  • ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ପତ୍ର, ମିଳିବ ଆଶ୍ଚର୍ଯ୍ୟଜନକ ଉପକାର

    15611
    Jun 06, 2023
  • ମହିଳାଙ୍କ ଉଚ୍ଚତା କମ୍‌ ଥିଲେ ବି ଦେଖାଯିବେ ଆକର୍ଷଣୀୟ

    14822
    Jun 04, 2023

ବାଣିଜ୍ୟ

ସମ୍ପତ୍ତିରେ ମାର୍କ ଜୁକରବର୍ଗଙ୍କୁ ଟପିଗଲେ ଅମ୍ବାନୀ, ୨୩ ସ୍ଥାନକୁ ଖସିଲେ ଆଦାନି

ପୁଣି ଥରେ ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନି ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଛନ୍ତି। ‘ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ’ରେ ଅମ୍ବାନୀ ୧୩ଶ ସ୍ଥାନରୁ ୧୨ଶ ସ୍ଥାନରେ ପହଞ୍ଚିଛନ୍ତି। ଏବେ ମୁକେଶ ଅମ୍ବାନିଙ୍କ ମୋଟ ସମ୍ପତ୍ତିର ପରିମାଣ ୮୫୮୦ କୋଟି ଡଲାର। ଜୁକରବର୍ଗଙ୍କ ମୋଟ ସମ୍ପତ୍ତି ୮୫ ...

  • ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

    18395
    Nov 01, 2022
  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    19560
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19853
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19972
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବୁଦ୍ଧିମାନ ଅମେରୁଦଣ୍ଡୀ ପ୍ରାଣୀ ଅକ୍‌ଟୋପସର କାହାଣୀ

    14879
    Jun 07, 2023
  • 'ଆମେ ନ ବୁଝି ନ ଶୁଝି କୌଣସି ପ୍ରସ୍ତାବ ଗ୍ରହଣ କରିବୁ ନାହିଁ'

    14453
    Jun 07, 2023
  • ରକ୍ତଚାପ ଦୂର କରେ ଲିଚୁ

    14251
    Jun 06, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In