ମୋତେ ସେମାନଙ୍କ ବାପା ବି ଗିରଫ କରିପାରିବେନି : ରାମଦେବ
ଭୁବନେଶ୍ୱର : ପୁଣି ବିବାଦ ଘେରକୁ ଚାଲି ଆସିଛନ୍ତି ଯୋଗଗୁରୁ ରାମଦେବ । ଏଲୋପାଥିକ ଚିକିତ୍ସା ସଂକ୍ରାନ୍ତୀୟ ତାଙ୍କର ମନ୍ତବ୍ୟକୁ ନେଇ ରାମଦେବ ହରଡଘଣାରେ ପଡ଼ିଯାଇଛନ୍ତି । ଡାକ୍ତର ସଂଘ ଏହାର ଘୋର ବିରୋଧ କରିଥିବାବେଳେ କ୍ଷମା ପ୍ରାର୍ଥନା କରିବାକୁ ବି ଦାବି କରିଛନ୍ତି ।
ଅପରପକ୍ଷରେ ରାମଦେବଙ୍କ ସମାଲୋଚକମାନେ ମଧ୍ୟ ହଠାତ ସକ୍ରିୟ ହୋଇଯାଇଛନ୍ତି । ସେମାନେ ଗୁଣ୍ଡା ରାମଦେବ, ରାମଦେବଙ୍କୁ ଗିରଫ କର ବୋଲି ସୋସିଆଲ ମିଡ଼ିଆରେ ହ୍ୟାସଟ୍ୟାଗ ଟ୍ରେଣ୍ଡ ଜାରି ରଖିଛନ୍ତି । ଯାହାକୁ ନେଇ ରାମଦେବ ଖପ୍ପା ହେବା ସହ ସେମାନଙ୍କ ବାପା ବି ରାମଦେବଙ୍କୁ ଗିରଫ କରିପାରିବେ ନାହିଁ ବୋଲି କହିଛନ୍ତି ।
କରୋନା ବେଳଠାରୁ ରାମଦେବ ଆୟୂର୍ବେଦିକ ଚିକିତ୍ସା ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ନିକଟରେ ସେ ଏଲୋପାଥି ଚିକିତ୍ସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାକୁ କେନ୍ଦ୍ରମନ୍ତ୍ରୀ ମଧ୍ୟ ନିନ୍ଦା କରିବାକୁ ବାଧ୍ୟ ହୋଇଥିଲେ । ଅପରପକ୍ଷରେ ତାଙ୍କ ନାମରେ ଏତଲା ହୋଇଥିବାବେଳେ ମାନହାନି ମକଦ୍ଧମା ବି କରାଯାଇଛି ।
Powered by Froala Editor