ଉଦ୍ଧବ ଠାକରେଙ୍କୁ ପୁନଃ ଅବସ୍ଥାପିତ କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶିବସେନାରୁ ଯାଇ ଏକନାଥ ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇଥିବା ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ଉଦ୍ଧବ ଠାକରେଙ୍କ ତରଫରୁ ସୁପ୍ରିମକୋର୍ଟରେ ଯେଉଁ ଆବେଦନ ହୋଇଥିଲା ତାହା ଉପରେ କୋର୍ଟ କହିଛନ୍ତି କି ବିଧାୟକଙ୍କ ଅଯୋଗ୍ୟତା ଉପରେ କୋର୍ଟ କୌଣସି ନିଷ୍ପତ୍ତି ନେଇ ପାରିବ ନାହିଁ । ଏହି ମାମଲାରେ ତୁରନ୍ତ ନିଷ୍ପତ୍ତି ନେବାକୁ କୋର୍ଟ ବାଚସ୍ପତିଙ୍କୁ ଆଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି କି ଅଯୋଗ୍ୟତା ପ୍ରକ୍ରିୟା ଏଡାଇବା ପାଇଁ ଦଳରେ ବିଭାଜନ ଏକ ଆଧାର ହୋଇପାରିବ ନାହିଁ । ଏଣୁ ଉଦ୍ଧବ ଠାକରେଙ୍କୁ ପୁନଃ ଅବସ୍ଥାପିତ କରାଯାଇପାରିବ ନାହିଁ ।
ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ କୋର୍ଟର ୫ ଜଣ ସଦସ୍ୟତା ବାଲା ସାମ୍ବିଧାନିକ ପୀଠ ଗତ ବର୍ଷ ଏହି ମାମଲାକୁ ବଡ ବେଞ୍ଚକୁ ପଠାଇ ଦେଇଥିଲେ । କୋର୍ଟ କହିଥିଲେ କି ବାଚସ୍ପତିଙ୍କୁ ରାଜନୈତିକ ଦଳଙ୍କ ତରଫରୁ ନିଯୁକ୍ତ କରାଯାଇଥିବା ହ୍ୱିପକୁ ମାନ୍ୟତା ଦେବା ଆବଶ୍ୟକ । ଏହାସହ ବାଚସ୍ପତିଙ୍କୁ ହଟାଇବା ନୋଟିସ ବାଚସ୍ପତିଙ୍କ ଅଯୋଗ୍ୟତା ନୋଟିସ ଜାରି କରିବାର କ୍ଷମତାକୁ ସୀମିତ କରିବ କି ନାହିଁ, ସେ ପ୍ରସଙ୍ଗକୁ ଏକ ବୃହତ ଖଣ୍ଡପୀଠ ଯାଂଚ କରିବାର ଆବଶ୍ୟକତା ରହିଛି ।
ଗଣତନ୍ତ୍ର ଅନୁସାରେ ହ୍ୱିପକୁ ଦଳରୁ ଅଲଗା କରିବା ଠିକ୍ ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବାଚସ୍ପତି ନିରପେକ୍ଷ ତଦନ୍ତ କରି ନିଷ୍ପତ୍ତି ନେବା କଥା । ଗୋଗାଭାଲେଙ୍କୁ ଦଳ ନିଯୁକ୍ତ କରିଥିବାରୁ ତାଙ୍କୁ ସଚେତକ ଭାବେ ବିବେଚନା କରିବା ଭୁଲ ଥିଲା ବୋଲି କୋର୍ଟ କହିଛନ୍ତି ।
Powered by Froala Editor