କେବେ ଦେଖିଛନ୍ତି କି ? ନିମ୍ବ ପତ୍ରରେ ତିଆରି ମାସ୍କ

କରୋନା ଆସିବା ଦିନଠୁ ମାସ୍କ ପିନ୍ଧିବା ଜରୁରି ହୋଇପଡିଛି । ଜୀବନ ବଞ୍ଚାଇବାକୁ ହେଲେ ମାସ୍କ ଅତ୍ୟାବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ପ୍ରଶାସନ ମଧ୍ୟ ଲୋକଙ୍କୁ ମାସ୍କ ପିନ୍ଧିବାକୁ ସଚେତନ କରୁଛି । ସାଧାରଣ ମାସ୍କ ତ ସମସ୍ତେ ବ୍ୟବହାର କରୁଛନ୍ତି । କିଛି ଦିନ ତଳେ ସୁନା ଓ ହୀରାର ଦାମୀ ମାସ୍କ ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ ଏହା କେବଳ ଧନୀକ ଶ୍ରେଣୀର ଲୋକମାନେ ପିନ୍ଧୁଥିଲେ । ଏବେ ନିମ୍ବ ପତ୍ରରେ ତିଆରି ଏକ ମାସ୍କ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।
ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖୀରୀ ଜିଲ୍ଲାର ବଗରେଠି ଗ୍ରାମରେ ମହେନ୍ଦ୍ର ସିଂହ ଏହି ଅଦ୍ଭୁତ ମାସ୍କ ପିନ୍ଧିଛନ୍ତି। ମହେନ୍ଦ୍ରଙ୍କ କହିବାଅନୁସାରେ, ଏହି ମାସ୍କ ତାଙ୍କୁ ସରକାରୀ ହସ୍ପିଟାଲର ଜଣେ ଅଧିକାରୀ ତିଆରି କରି ଦେଇଛନ୍ତି। ଯାହାଙ୍କ କହିବାନୁସାରେ ମାସ୍କରେ ନିମ୍ବ ପତ୍ର ଦେଇ ପିନ୍ଧିବା ଶରୀର ପାଇଁ ଭଲ ହୋଇଥାଏ। ଲକ୍ଷ୍ମୀପୁର ଜିଲ୍ଲାର ବଗରେଠି ଗ୍ରାମରେ କରୋନା ସଙ୍କଟ ଜାରି ରହିଛି। ହୋଲି ପର ଠାରୁ ଏଯାବତ ଏହି ଗ୍ରାମରେ ୧୫ରୁ ୨୦ଜଣଙ୍କ କରୋନାରେ ମୃତ୍ୟୁ ହୋଇସାରିଲାଣି। ଏମିତିରେ ନିମ୍ବ ପତ୍ର ଏବେ ରାମବାଣ ପାଲଟିଛି। ନିମ୍ବ ପତ୍ର ମାସ୍କ ପିନ୍ଧିବା ବହୁତ ସହଜ ଓ ନିଶ୍ବାସ ନେବାରରେ ଅସୁବିଧା ବି ହେଉନାହିଁ। ନିମ୍ବ ଏକ ଔଷଧ ଗଛ। ଏହାଦ୍ବାରା ବିଭିନ୍ନ ପ୍ରକାର ରୋଗ ଦୂର ହୋଇଥାଏ ବୋଲି ମହେନ୍ଦ୍ର କହିଛନ୍ତି। ମହେନ୍ଦ୍ରଙ୍କ ଏହି ନିମ୍ବ ପତ୍ର ପିନ୍ଧା ମାସ୍କ ଭିଡିଓ କିଛିଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
Powered by Froala Editor