ଇମ୍ରାନଙ୍କୁ ଗିରଫ ପରେ ପାକିସ୍ତାନରେ ଉଗ୍ର ରୂପ ନେଇଛି ହିଂସା
ନୂଆଦିଲ୍ଲୀ: ପାକିସ୍ତାନରେ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଲ୍ କାଦିର ଟ୍ରଷ୍ଟ ମାମଲାରେ ଗିରଫ କରାଯାଇଛି । ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ (ଏନଏବି) ଏହି ଗିରଫ କରିଛି । ଇମ୍ରାନଙ୍କୁ ଗିରଫ କରିବା ପରେ ଚାରିଆଡେ ତାଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ହିଂସା ସୃଷ୍ଟି କରିଛନ୍ତି । ଗଭର୍ଣ୍ଣର ହାଉସ୍ ଓ ଆର୍ମି ହେଡକ୍ୱାର୍ଟର ଉପରେ ଆକ୍ରମଣ କରିଛନ୍ତି ସମର୍ଥକ ।
ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ଜଳୁଛି ପାକିସ୍ତାନ । ତାଙ୍କର ସମର୍ଥକମାନେ ସେନା ମୁଖ୍ୟାଳୟ ଉପରେ ଆକ୍ରମଣ କରିବା ସହ ଗଭର୍ଣ୍ଣର ହାଉସକୁ କବଜା କରିଛନ୍ତି । ଏହି ହିଂସାରେ ଏଯାଏଁ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ପାକିସ୍ତାନରେ ଉଗ୍ର ରୂପ ନେଇଛି ହିଂସା । ଇମ୍ରାନଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହା ଭିତରେ ଇମ୍ରାନଙ୍କୁ ଇସଲାମାବାଦ ହାଇକୋର୍ଟରୁ ଆଉ ଏକ ଝଟକା ମିଳିଛି । ତାଙ୍କର ଗିରଫ ହେବାକୁ ବୈଧ ବୋଲି କହିଛନ୍ତି ହାଇକୋର୍ଟ । ତାଙ୍କ ଗିରଫଦାରୀ ପରେ ପାକିସ୍ତାନରେ ଏକପ୍ରକାର ଗୃହଯୁଦ୍ଧର ସମ୍ଭାବନା ସୃଷ୍ଟି ହେଇଛି ।
Powered by Froala Editor