ପଶ୍ଚିମବଙ୍ଗରେ ବ୍ୟାନ ହେଲା ‘The Kerala Story’
ପଶ୍ଚିମବଙ୍ଗର ସରକାର ‘The Kerala Story’ ସିନେମାକୁ ରାଜ୍ୟରେ ବ୍ୟାନ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି। ବଲିଉଡ୍ ଫିଲ୍ମ ‘Kashmir Files’ ଭଳି ପଶ୍ଚିମବଙ୍ଗକୁ ପୃଷ୍ଠଭୂମି କରି ଏକ ଫିଲ୍ମ ନିର୍ମାଣ କରିବାକୁ ବିଜେପି ପାଣ୍ଠି ଦେଇଥିବା ଅଭିଯୋଗ କରିବାର କିଛି ସମୟ ପରେ ମମତା ବାନାର୍ଜୀ ‘The Kerala Story’କୁ ବ୍ୟାନ ଘୋଷଣା କରିଥିଲେ।
ନିଜେ ମମତା ବନାର୍ଜୀ ଏହି ସିନେମା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ‘ଦ କାଶ୍ମୀର ଫାଇଲ୍ସ’ କଣ ଥିଲା? ଏହା ଏକ ବର୍ଗକୁ ଅପମାନିତ କରୁଥିବା କାହାଣୀ ଥିଲା । ‘ଦ କେରଳ ଷ୍ଟୋରୀ’ କଣ ଅଟେ? ଏହା ମଧ୍ୟ ଏକ ଭୁଲ ଢଙ୍ଗରେ ଉପସ୍ଥାପିତ କରାଯାଇଥିବା କାହାଣୀ ଅଟେ । ମମତା ବନାର୍ଜୀ ଏହି ମାମଲାରେ ବିରୋଧୀ ଦଳ ସିପିଏମ ଉପରକୁ ମଧ୍ୟ ଟାର୍ଗେଟ କରିଛନ୍ତି ଏବଂ କହିଛନ୍ତି, ସେମାନେ ଏହି ମାମଲାରେ ପାଟି ବି ଖୋଲୁନାହାନ୍ତି ।
‘The Kerala Story’ ଯେମିତି ରାଜ୍ୟର କୌଣସି ସିନେମା ହଲ୍ରେ ଚାଲି ପାରିବ ନାହିଁ, ସେନେଇ ସୁନିଶ୍ଚିତ କରିବାକୁ ମମତା ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗରେ ଶାନ୍ତି ବଜାୟ ରଖିବାକୁ ଓ ହିଂସା ଭଳି କୌଣସି ଅଘଟଣକୁ ଏଡ଼ାଇବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ମମତା କହିଛନ୍ତି।
Powered by Froala Editor