ବିଶ୍ୱର ପ୍ରଥମ କରୋନା ଟିକା ନେଇଥିବା ୱିଲିୟମ୍ଙ୍କ ମୃତ୍ୟୁ
ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ବିଶ୍ୱକୁ ତାର ଜାଲରେ କବଳିତ କରିଛି । ଏହି ଲହର ପ୍ରଥମ ଲହରଠାରୁ ଅଧିକ ଶକ୍ତିଶାଳୀ । ବୈଜ୍ଞାନିକମାନେ ମଧ୍ୟ ପ୍ରାଣ ପଣେ ଚେଷ୍ଟା କରୁଛନ୍ତି ଅଧିକରୁ ଅଧିକ ଶକ୍ତିଶାଳୀ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା ପାଇଁ । ଯେଉଁ ପରିମାଣରେ ବୈଜ୍ଞାନିକମାନେ ପ୍ରଚେଷ୍ଟା କରିଛନ୍ତି ସେଇ ପରିମାଣରେ ମଧ୍ୟ କରୋନା ତାର କରାଳ ରୂପ ଧାରଣ କରିବାରେ ଲାଗିଛି । କରୋନା ଭୟରେ ଏବେ ସମଗ୍ର ବିଶ୍ୱବାସୀ ଭୟଭୀତ ।
ଏଭଳି ପରିସ୍ଥିତିରେ କିଛି ସମୟ ପୂର୍ବରୁ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ବିଶ୍ୱରେ କରୋନା ଟିକାର ସର୍ବ ପ୍ରଥମ ଡୋଜ୍ ନେଇଥିବା ୱିଲିୟମ୍ ସେକ୍ସପିୟରଙ୍କର ଦେହାନ୍ତ ହୋଇଛି ୮୧ ବର୍ଷ ବୟସରେ । ସେ ଡିସେମ୍ବର ୨୦୨୦ରେ କୋଭେନଟ୍ରି ହସ୍ପିଟାଲରେ କରୋନାର ପ୍ରଥମ ଟିକା ନେଇଥିଲେ । ତାଙ୍କ ପୂର୍ବରୁ ଆଉ ଜଣେ ମଧ୍ୟ କରୋନା ଟିକା ନେଇଥିଲେ, ସେ ହେଉଛନ୍ତି ୯୧ ବର୍ଷିୟ ମାର୍ଗେଟ୍ କିନନ ।
ସେକ୍ସପିୟରଙ୍କ ଘରଲୋକ କହିଛନ୍ତି, ଯଦି ତାଙ୍କୁ ପ୍ରକୃତରେ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହାନ୍ତି ତେବେ ସମସ୍ତ ଲୋକଙ୍କୁ କରୋନା ଟିକା ନେବା ଜରୁରି । ଆହୁରି ମଧ୍ୟ କହିଛନ୍ତି ଯେ, ୱିଲିୟମ୍ ତିନି ଦଶନ୍ଧି ଧରି ସମାଜସେବୀ ଭାବରେ କାର୍ଯ୍ୟରତ ଥିଲେ । ତେଣୁ ସେ ଟିକା ନେଇ ସମଗ୍ର ଜଗତକୁ କରୋନା ମୁକ୍ତ କରିବା ପାଇଁ କହିଥଲେ ।
Powered by Froala Editor