ସେନାର ହେଲିକପ୍ଟର ଧ୍ରୁବ ଦୁର୍ଘଟଣାଗ୍ରସ୍ତ

ଜମ୍ମୁ-କଶ୍ମୀରର କିସ୍ତୱର ଜିସ୍ଲାର ଦୂରବର୍ତ୍ତୀ ମଣ୍ଡୱାର ମାଖନା ଜଙ୍ଗଲରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ୨ ଜଣ ପାଇଲଟଙ୍କ ସମେତ ମୋଟ ୩ ଜଣ ଥିଲେ। ପାଇଲଟ ଦ୍ୱୟ ଆହତ ହୋଇଥିବା ସେନା ପକ୍ଷରୁ କୁହାଯାଇଛି।
ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ହେଉଛି ସେନାର ଏଏଲଏଚ ଧ୍ରୁବ ହେଲିକପ୍ଟର। ସେନା ଅଧିକାରୀ କହିଛନ୍ତି, ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ଏଥିରେ ୩ ଜଣ ଯବାନ ଥିବା କୁହାଯାଉଛି।
ଦୁର୍ଘଟଣା ପରେ ସେହି ସ୍ଥାନର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ହେଲିକପ୍ଟରର ଆବର୍ଜନା ଏବଂ କିଛି ଲୋକ ଦୃଶ୍ୟମାନ ହେଉଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ସେନା ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଦୁର୍ଘଟଣା କିପରି ଓ କାହିଁକି ଘଟିଲା ସେନେଇ ସେନା ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ। ଗତ ଦୁଇ ମାସରେ ତିନିଟି ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି।
Powered by Froala Editor