Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, June 01, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସିଝା ଅଣ୍ଡାରେ ମାଲିସ୍‌

  • କଖାରୁ ଫୁଲ ଶରୀର ପାଇଁ ଭାରି ଉପକାରୀ

  • ଥାଇଲାଣ୍ଡର ଓପଲ ସୁଚତା ପିନ୍ଧିଲେ ବିଶ୍ଵ ...

  • ହେଟ ସ୍ପିଚ୍ ମାମଲାରେ ୨ ବର୍ଷ ଜେଲ୍, ପଦ ...

  • ଏଆଇର ପସନ୍ଦକୁ ଦର୍ଶକଙ୍କ ସମର୍ଥନ, ...

  • ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା

  • ସଫା କରନ୍ତୁ ଏପରି, ଚମକିବ ରୁପା ବାସନ

  • ଗିରଫ ହେଲେ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ...

  • ବାଲ୍ମିକ ଥାପରଙ୍କ ଦେହାନ୍ତ

  • ଜୁନ୍ ୧ରୁ ଏହିସବୁଥିରେ ହେବ ପରିବର୍ତ୍ତନ, ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ସରିବାକୁ ବସିଲାଣି ସରକାରୀ ପାଣ୍ଠି: ଭୁଶୁଡ଼ି ପଡ଼ିବ ଆମେରିକାର ଅର୍ଥନୀତି !

ସରିବାକୁ ବସିଲାଣି ସରକାରୀ ପାଣ୍ଠି: ଭୁଶୁଡ଼ି ପଡ଼ିବ ଆମେରିକାର ଅର୍ଥନୀତି !

2023-05-03 05:34:40
14821
Share:
Facebook
Twitter
E-Mail
WhatsApp
Telegram
ସରିବାକୁ ବସିଲାଣି ସରକାରୀ ପାଣ୍ଠି: ଭୁଶୁଡ଼ି ପଡ଼ିବ ଆମେରିକାର ଅର୍ଥନୀତି !

ୱାସିଂଟନ: ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ରୂପେ ପରିଚିତ ଆମେରିକା ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସରକାରୀ ପାଣ୍ଠି ସରିବାକୁ ବସିଲାଣି। ନୂଆ ପାଣ୍ଠି ସଂଗ୍ରହ ପାଇଁ ସଂସଦ (କଂଗ୍ରେସ)ର ଅନୁମତି ଦରକାର ଥିବା ବେଳେ ସରକାର ଓ ବିରୋଧୀ ଦଳ ମଧ୍ୟ‌ରେ ବିବାଦ ଯୋଗୁଁ ଏହା ସମ୍ଭବ ହୋଇପାରୁ ନାହିଁ। ଏହାର ଶୀଘ୍ର ସମାଧାନ ନହେଲେ ଆମେରିକାର ଅର୍ଥନୀତି ଭୁଶୁଡ଼ି ପଡ଼ିବାକୁ ବେଶି ସମୟ ଲାଗିବ ନାହିଁ।

ଏଭଳି ପରିସ୍ଥିତି ସୃଷ୍ଟି ହେଲେ ସାରା ବିଶ୍ବର ଅର୍ଥନୀତି ପ୍ରଭାବିତ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଆମେରିକାରେ ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ଦେବାଳିଆ ହେବାରେ ଲାଗିଥିବା ବେଳେ ପାଣ୍ଠି ସଙ୍କଟ ପରିସ୍ଥିତିକୁ ଜଟିଳ କରି ପକାଇଛି। ଆମେରିକା ହେଉଛି ବିଶ୍ବ ଅର୍ଥନୀତିର ମୂଳ କେନ୍ଦ୍ର। ଏହା ଉପରେ ବିଶ୍ବର ଅଧିକାଂଶ ଦେଶ ଓ ବିଶ୍ବସ୍ତରୀୟ ସଂସ୍ଥା ନିର୍ଭରଶୀଳ। ଏହା ବିଭିନ୍ନ ଦେଶକୁ ଆର୍ଥିକ ଓ ସାମରିକ ସହାୟତା ପ୍ରଦାନ କରୁଛି। ବିଶ୍ବବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍), ଜାତିସଂଘ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆଦି ଅନେକ ସଂସ୍ଥା ଆମେରିକୀୟ ସହାୟତା ଉପରେ ନିର୍ଭର କରିଥାନ୍ତି। ଯଦି ଆମେରିକାରେ ଆର୍ଥିକ ସଙ୍କଟ ଦେଖାଦେବ, ଏହା ଉପରେ ନିର୍ଭରଶୀଳ ଥିବା ସବୁ ଦେଶ ଓ ସଂଗଠନ ଦୁର୍ବଳ ହେଇପଡ଼ିବ ଯାହା ସାରା ବିଶ୍ବରେ ଘୋର ଅସ୍ଥିରତା ସୃଷ୍ଟି କରିବ।

ଆମେରିକାରୁ ଆର୍ଥିକ ସହାୟତା ପାଉଥିବା ଗରିବ ଦେଶଗୁଡ଼ିକରେ କ୍ଷୁଧା, ଅନାହାର ଓ ଦାରିଦ୍ର୍ୟ ବଢ଼ିଯିବ। ବିଶ୍ବ ସ୍ତରରେ ଷ୍ଟକ ବଜାର ଭୁଶୁଡ଼ି ପଡ଼ିବ। ବ୍ୟାଙ୍କଗୁଡ଼ିକ ଦୁର୍ବଳ ହୋଇପଡ଼ିବେ। ସମସ୍ୟା ସୃଷ୍ଟି ହୋଇଛି ଖୋଲା ବଜାରରୁ ଋଣ ଉଠାଣକୁ ନେଇ। ବିଭିନ୍ନ ଖର୍ଚ୍ଚ ଲାଗି ସରକାର ଖୋଲା ବଜାରରୁ ଋଣ ଉଠାଇଥାଆନ୍ତି। ତେବେ ଏହି ଋଣ ଉଠାଣ ପାଇଁ ସୀମା ଧାର୍ଯ୍ୟ ହୋଇଥାଏ। ଅଧିକ ଅର୍ଥ ଦରକାର ପଡ଼ିଲେ ସରକାର ଏହି ଋଣ ସୀମା ବୃଦ୍ଧି କରନ୍ତି। ଏହା ଏକ ନିୟମିତ ଏବଂ ଆଇନଗତ ପ୍ରକ୍ରିୟା। ତେବେ ସୀମା ବୃଦ୍ଧି ଲାଗି ଆମେରିକୀୟ କଂଗ୍ରେସ ବା ସଂସଦର ଅନୁମତି ଦରକାର।

ବର୍ତ୍ତମାନ ସରକାରଙ୍କ ପାଖରେ ଯେତିକି ନଗଦ ରହିଛି ତାହା ଧୀରେ ଧୀରେ ଶେଷ ହେବାରେ ଲାଗିଛି। ଋଣ ସୀମାକୁ ବଢ଼ାଇବାରେ ସରକାର ଅସମର୍ଥ ହେଲେ ଆମେରିକା ପାଖରେ ଥିବା ସବୁ ନଗଦ ଅର୍ଥ ଜୁନ୍ ୧ ସୁଦ୍ଧା ଶେଷ ହୋଇଯିବ। ସରକାର ଆଉ କୌଣସି ଦେୟ ଦେଇପାରିବେ ନାହିଁ ବୋଲି ଆମେରିକାର ଟ୍ରେଜେରି ସଚିବ ଜାନେଟ୍‌ ୟାଲେନ୍ କହିଛନ୍ତି।  ଏକ ଆକଳନରୁ ଜଣାପଡ଼ିଛି ଯେ ଯଦି ଆମେରିକା ଋଣ ଖିଲାପ କରିବ କିମ୍ବା ନିଜ ଉପରେ ଥିବା ଆର୍ଥିକ ଦାୟିତ୍ବକୁ ନିର୍ବାହ କରିବାରେ ବିଫଳ ହେ‌ବ, ତେବେ ଗୋଟିଏ ଝଟ୍‌କାରେ ୭୦ ଲକ୍ଷ ଚାକିରି ଚାଲିଯିବ। ଆମେରିକାର ଅଭିବୃଦ୍ଧି ହ୍ରାସ ପାଇବ ଯାହା ବିଶ୍ବ ଅର୍ଥନୀତିକୁ ତଳକୁ ଟାଣିବ।

ସୂଚନାଯୋଗ୍ୟ ଯେ ଆମେରିକା ଅର୍ଥନୀତି ଜଟିଳ ସ୍ଥିତି ଦେଇ ଗତି କରୁଛି। ସେଠାରେ ସରକାରଙ୍କ ବ୍ୟୟ ତୁଳନାରେ ଆୟ କମ୍ ରହିଛି। ସେଥିପାଇଁ ବିତ୍ତୀୟ ନିଅଣ୍ଟ ଉଚ୍ଚ ସ୍ତର‌ରେ ରହିଛି। ଆୟ କମ୍ ରହୁଥିବାରୁ ବୈଧାନିକ ଦାୟିତ୍ବଗୁଡ଼ିକୁ ନିର୍ବାହ କରିବା ଲାଗି ଆମେରିକା ସରକାରଙ୍କୁ ଋଣ ଉପରେ ନିର୍ଭରଶୀଳ ରହିବାକୁ ପଡ଼ୁଛି। ୨୦୨୩ ମାର୍ଚ୍ଚ ସୁଦ୍ଧା ଆମେରିକାର ବିତ୍ତୀୟ ନିଅଣ୍ଟ ୩୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯାଇଛି। ଆଗକୁ ଖର୍ଚ୍ଚ ତୁଲାଇବା ଲାଗି ଆମେରିକାକୁ ୭୨,୬୦୦ କୋଟି ଡଲାର ଋଣ ଦରକାର ଯାହା ଜାନୁଆରିରେ ଦିଆଯାଇଥିବା ପ୍ରସ୍ତାବ ତୁଳନାରେ ୪୪,୯୦୦ କୋଟି ଡଲାର ଅଧିକ।

Powered by Froala Editor

Tags America

Related articles Odisha News Lens 4.1

  • ଗିରଫ ହେଲେ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ଶର୍ମିଷ୍ଠା ପାନୋଲି
    ଦେଶ-ଦେଶାନ୍ତର

    ଗିରଫ ହେଲେ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ଶର୍ମିଷ୍ଠା ପାନୋଲି

    15035
    May 31, 2025
  • ହେଟ ସ୍ପିଚ୍ ମାମଲାରେ ୨ ବର୍ଷ ଜେଲ୍, ପଦ ହରାଇଲେ ବିଧାୟକ
    ଦେଶ-ଦେଶାନ୍ତର

    ହେଟ ସ୍ପିଚ୍ ମାମଲାରେ ୨ ବର୍ଷ ଜେଲ୍, ପଦ ହରାଇଲେ ବିଧାୟକ

    13739
    May 31, 2025
  •  ସିଝା ଅଣ୍ଡାରେ ମାଲିସ୍‌
    ବିଶେଷ

    ସିଝା ଅଣ୍ଡାରେ ମାଲିସ୍‌

    14735
    Jun 01, 2025
  • ଥାଇଲାଣ୍ଡର ଓପଲ ସୁଚତା ପିନ୍ଧିଲେ ବିଶ୍ଵ ସୁନ୍ଦରୀ ମୁକୁଟ
    ମନୋରଞ୍ଜନ

    ଥାଇଲାଣ୍ଡର ଓପଲ ସୁଚତା ପିନ୍ଧିଲେ ବିଶ୍ଵ ସୁନ୍ଦରୀ ମୁକୁଟ

    13681
    May 31, 2025
  • ବାଲ୍ମିକ ଥାପରଙ୍କ ଦେହାନ୍ତ
    ଦେଶ-ଦେଶାନ୍ତର

    ବାଲ୍ମିକ ଥାପରଙ୍କ ଦେହାନ୍ତ

    13662
    May 31, 2025
  • ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା
    ବିଶେଷ

    ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା

    13496
    May 31, 2025
  • ଏଆଇର ପସନ୍ଦକୁ ଦର୍ଶକଙ୍କ ସମର୍ଥନ, ପରେଶଙ୍କ ସ୍ଥାନ ନେବେ ପଙ୍କଜ
    ମନୋରଞ୍ଜନ

    ଏଆଇର ପସନ୍ଦକୁ ଦର୍ଶକଙ୍କ ସମର୍ଥନ, ପରେଶଙ୍କ ସ୍ଥାନ ନେବେ ପଙ୍କଜ

    14432
    May 31, 2025
  • କଖାରୁ ଫୁଲ ଶରୀର ପାଇଁ ଭାରି ଉପକାରୀ
    ବିଶେଷ

    କଖାରୁ ଫୁଲ ଶରୀର ପାଇଁ ଭାରି ଉପକାରୀ

    15422
    Jun 01, 2025
  • ସଫା କରନ୍ତୁ ଏପରି, ଚମକିବ ରୁପା ବାସନ
    ବିଶେଷ

    ସଫା କରନ୍ତୁ ଏପରି, ଚମକିବ ରୁପା ବାସନ

    15644
    May 31, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜୁନ୍ ୧ରୁ ଏହିସବୁଥିରେ ହେବ ପରିବର୍ତ୍ତନ, ଜାଣନ୍ତୁ କ’ଣ ?

    14212
    May 31, 2025
  • ବିଶେଷ

    ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା

    13496
    May 31, 2025
  • ଦେଶ-ଦେଶାନ୍ତର

    ହେଟ ସ୍ପିଚ୍ ମାମଲାରେ ୨ ବର୍ଷ ଜେଲ୍, ପଦ ହରାଇଲେ ବିଧାୟକ

    13739
    May 31, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16636
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16927
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15466
    Apr 03, 2021

ବିଶେଷ

  • ସିଝା ଅଣ୍ଡାରେ ମାଲିସ୍‌

    14735
    Jun 01, 2025
  • କଖାରୁ ଫୁଲ ଶରୀର ପାଇଁ ଭାରି ଉପକାରୀ

    15422
    Jun 01, 2025
  • ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା

    13496
    May 31, 2025
  • ସଫା କରନ୍ତୁ ଏପରି, ଚମକିବ ରୁପା ବାସନ

    15644
    May 31, 2025
  • ଏସବୁ ଜିନିଷ ଘରେ ରଖନ୍ତୁନାହିଁ , ମାଡ଼ିଆସିବ ବିପଦ

    15980
    May 29, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15682
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16296
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14009
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14805
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏଆଇର ପସନ୍ଦକୁ ଦର୍ଶକଙ୍କ ସମର୍ଥନ, ପରେଶଙ୍କ ସ୍ଥାନ ନେବେ ପଙ୍କଜ

    14432
    May 31, 2025
  • ସିଝା ଅଣ୍ଡାରେ ମାଲିସ୍‌

    14735
    Jun 01, 2025
  • ଜୁନ୍ ୧ରୁ ଏହିସବୁଥିରେ ହେବ ପରିବର୍ତ୍ତନ, ଜାଣନ୍ତୁ କ’ଣ ?

    14212
    May 31, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In