ଆସିବ ଭୟଙ୍କର ସୁନାମୀ; ମାଡ଼ି ଆସିଲାଣି ସମୁଦ୍ର

ରୁଷରେ ଶକ୍ତିଶାଳୀ ଭୂକମ୍ପ ପରେ ଏବେ ସୁନାମୀର ଆତଙ୍କ । ଭୂକମ୍ପ ଅନୁଭୂତ ହେବା ପରେ ସମୟ ସମୟରେ ଜାପାନରେ ସୁନାମିର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭୟଙ୍କର ଭୂକମ୍ପ ପରେ ସୁନାମୀ ନେଇ ସତର୍କତା ଜାରି କରାଯାଇଛି । ସେହି ସମୟରେ ଜାପାନରେ ମଧ୍ୟ ସମୁଦ୍ରରେ ଉଚ୍ଚ ଢେଉ ଦେଖାଯାଇଛି, ଯାହା ଫଳରେ ସୁନାମୀର ବିପଦ ବୃଦ୍ଧି ପାଇଛି ।
ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ଗର୍ଭରେ ସୃଷ୍ଟି ହୋଇଥିବାରୁ ଭୟଙ୍କର ସୁନାମୀର ଆଶଙ୍କା କରାଯାଉଛି । ରୁଷର କାମଚାଟକ ଉପକୂଳକୁ ମାଡ଼ି ଆସୁଛି ୧୩ ଫୁଟ ଉଚ୍ଚର ବଡ଼ ବଡ଼ ଜୁଆର । ତେବେ ଜୁଆର ମାଡ଼ରେ ସମୁଦ୍ର କୂଳରେ ଥିବା ବିରାଟ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଭୂମିକମ୍ପ ପ୍ରଭାବରେ ଜାପାନରେ ବି ସୁନାମୀ ମାଡି ଆସିଲାଣି । ଜାପାନର ୧୬ଟି ସ୍ଥାନରେ ସୁନାମୀର ପ୍ରଭାବ ଦେଖିବାକୁ ମିଳିଲାଣି । ଜାପାନର ଉତ୍ତର ହୋକାଇଡେରେ ୧ ଫୁଟ ଉଚ୍ଚର ଜୁଆର ଉଠୁଥିବା ସୂଚନା ରହିଥିବା ବେଳେ ଆଗକୁ ଅଧିକ ଉଚ୍ଚର ଜୁଆର ଉଠିବା ନେଇ ଆଶଙ୍କା କରାଯାଇଛି ।
ସେହିପରି ଆମେରିକାର କାଲିଫର୍ଣ୍ଣିଆ ଏବଂ ହାଓ୍ଵାଇରେ ବି ସୁନାମୀର ଆତଙ୍କ ଦେଖିବାକୁ ମିଳିଲାଣି । ଲୋକଙ୍କ ଉଚ୍ଚା ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଉଥିବା ବେଳେ ଟ୍ରମ୍ପ ସୁରକ୍ଷିତ ରହିବାକୁ ଜନତାଙ୍କୁ ଅପିଲ କରିଛନ୍ତି ।
ଏହାସହିତ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫୁକୁସିମା ପରମାଣୁ ପ୍ଲାଣ୍ଟକୁ ଖାଲି କରିବା କାମ ଦ୍ରୁତ ଗତିରେ ଆରମ୍ଭ ହୋଇଛି । ଏହା ସେହି ପ୍ଲାଣ୍ଟ ଯାହାକି ୨୦୧୧ ସୁନାମି ସମୟରେ କ୍ଷତିଗ୍ରସ୍ତ ହୋଇଥିଲା । ସେହି ସମୟରେ ୧୯ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ସେହିପରି ସ୍ଥିତି ଯେପରି ପୁର୍ନବାର ନଉଠେ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।
Powered by Froala Editor