୧ ଅଗଷ୍ଟରୁ ଭାରତ ଉପରେ ଲାଗିବ ୨୫% ଶୁଳ୍କ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବା ନେଇ ଘୋଷଣା କରିଛନ୍ତି । ଏହି ଶୁଳ୍କ ଅଗଷ୍ଟ ୧ ରୁ କାର୍ଯ୍ୟକାରୀ ହେବ। ପୂର୍ବରୁ, ଆମେରିକା ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି କରିବାକୁ ଇଚ୍ଛା ପ୍ରକାଶ କରିଥିଲା। କିନ୍ତୁ କିଛି କାରଣ ଯୋଗୁ ଏହି ଚୁକ୍ତି ହୋଇପାରିଲା ନାହିଁ। ସାମାଜିକ ଗଣମାଧ୍ୟମରେ ସେ ପୋଷ୍ଟ କରି ଲେଖିଛନ୍ତି କି ଭାରତ, ଋଷ୍ ସହିତ ଅସ୍ତ୍ରଶସ୍ତ୍ର ଓ ତେଲ ବ୍ୟାପାର କରୁଛି, ତେଣୁ ତା ଉପରେ ଜୋରିମାନା ମଧ୍ୟ ଲଗାଯିବ । ଟ୍ରମ୍ପ ଅନ୍ୟ ଏକ ପୋଷ୍ଟରେ କହିଛନ୍ତି କି ଆମେରିକା ସହିତ ଭାରତର ବ୍ୟାପାର କ୍ଷତି ବହୁତ ଅଧିକ, ଏଥିପାଇଁ ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ଲଗାଯାଉଛି ।
ଟ୍ରମ୍ପ କହିଛନ୍ତି କି ଭାରତ, ଆମେରିକାର ବନ୍ଧୁ । କିନ୍ତୁ ଗତ କିଛି ବର୍ଷରେ ଭାରତ ସହିତ କମ୍ ବ୍ୟାପାର ହୋଇଛି କାରଣ ଦେଶର ଶୁଳ୍କ ବହୁତ ଅଧିକ । ଭାରତର ଅନେକ ନୀତି ଆମେରିକୀୟ କମ୍ପାନୀକୁ ବ୍ୟବସାୟରେ ଅସୁବିଧା ସୃଷ୍ଟି କରୁଛି ବୋଲି ସେ କହିଛନ୍ତି ।
ଟ୍ରମ୍ପ୍ ଏହା ମଧ୍ୟ କହିଛନ୍ତି ଯେ, ରୁଷିଆ ଠାରୁ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଭାରତକୁ ଅତିରିକ୍ତ ଦଣ୍ଡ ମଧ୍ୟ ଦେବାକୁ ପଡିବ । ଟ୍ରମ୍ପ୍ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଲେଖିଛନ୍ତି, ମନେରଖ, ଭାରତ ଆମର ବନ୍ଧୁ। କିନ୍ତୁ, ବର୍ଷ ବର୍ଷ ଧରି ଆମେ ସେମାନଙ୍କ ସହିତ ବହୁତ କମ୍ ବାଣିଜ୍ୟ କରିଛୁ। କାରଣ ସେମାନଙ୍କର ଶୁଳ୍କ ବହୁତ ଅଧିକ, ବିଶ୍ୱରେ ସର୍ବାଧିକ। ଭାରତର ଯେକୌଣସି ଦେଶ ତୁଳନାରେ ସବୁଠାରୁ କଷ୍ଟକର ଏବଂ ଖରାପ ଅଣ-ଆର୍ଥିକ ବାଣିଜ୍ୟ ବାଧା ଅଛି। ଏହାର ଅର୍ଥ ହେଉଛି ଭାରତରେ ବ୍ୟବସାୟ କରିବା ବହୁତ କଷ୍ଟକର।
Powered by Froala Editor