ପ୍ରଲୋଭିତ କରାଇ ଆତଙ୍କୀ ବନାଉଥିଲେ ମହିଳା, ହେଲେ ଗିରଫ
ନୂଆଦିଲ୍ଲୀ:ଇନଷ୍ଟାଗ୍ରାମରେ ଆଇଡି ଖୋଲି ଯୁବକମାନଙ୍କୁ ପ୍ରଲୋଭିତ କରାଇ ଆତଙ୍କୀ ବନାଉଥିଲେ ମହିଳା। ବର୍ଷ ବର୍ଷ ଧରି ଏପରି କାର୍ଯ୍ୟ କରିଆସୁଥିବା ଝାଡ଼ଖଣ୍ଡର ଜଣେ ମହିଳା ଆତଙ୍କବାଦୀଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି ଗୁଜରାଟ ଏଟିଏସ(ଆତଙ୍କବାଦୀ ନିରୋଧୀ ସ୍କ୍ଵାଡ)। ଏହି ମହିଳା ଆତଙ୍କୀ ନାଁ ହେଉଛି ଶମା ପରବିନ। ସେ ଅଲକାଏତା ଆତଙ୍କବାଦୀ ସଂଗଠନର ଏକ୍ୟୁଆଇଏସ ବା ଅଲକାଏଦା ଇନ ଇଣ୍ଡିଆନ ସବକଣ୍ଟିନେଣ୍ଟ ଶାଖା ପାଇଁ କାର୍ଯ୍ୟ କରୁଥିଲା। ୩୦ ବର୍ଷୀୟା ଶମା ଇଲେକ୍ଟ୍ରୋନିକ ଡିଭାଇସ ଜରିଆରେ ପାକିସ୍ତାନ ସହିତ ସମ୍ପର୍କରେ ରହିଥିଲା। ଅତି ଭୟଙ୍କର ଭାବେ ତା’ର ବ୍ରେନଓ୍ବାଶ୍ କରାଯାଇଥିବା ଗୁଜରାଟର ଗୃହମନ୍ତ୍ରୀ ହର୍ଷ ସାନ୍ଧଓ୍ବୀ କହିଛନ୍ତି।
Powered by Froala Editor