ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର : ବୁଧବାର ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାର କସାଲିଆନ୍ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ ବେଳେ ସୁରକ୍ଷା ବାହିନୀ ଏବଂ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କଠାରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି । ଏକ ସଫଳ ଅନୁପ୍ରବେଶ ବିରୋଧୀ ଅଭିଯାନରେ ସେନାର ସତର୍କ ସୈନିକମାନେ ନିୟନ୍ତ୍ରଣ ରେଖା ପାର କରି ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଦ୍ରୁତ କାର୍ଯ୍ୟାନୁଷ୍ଠାନ ଏବଂ ସଠିକ୍ ଗୁଳିଚାଳନା ଯୋଗୁଁ ଅନୁପ୍ରବେଶ ଯୋଜନାକୁ ପଣ୍ଡ କରିଛି ଭାରତୀୟ ସେନା। ଗତକାଲି ବିଳମ୍ବିତ ରାତିରେ ସେନା ଏବଂ ପୁଲିସ ଦ୍ୱାରା ‘ଅପରେସନ୍ ଶକ୍ତି' ନାମକ ଏକ ମିଳିତ ଅଭିଯାନ ଆରମ୍ଭ କରାଯାଇଥିଲା । ଅପରେସନ୍ ସମୟରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।
Powered by Froala Editor