କଳହ ବନ୍ଦ କରୁନାହାଁନ୍ତି ଦୁଇ ପତ୍ନୀ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଭିକ୍ଷୁକ
ଭୋପାଳ : ମଧ୍ୟପ୍ରଦେଶର ଜଣେ ଭିକ୍ଷୁକଙ୍କ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହା ଏବେ ଚର୍ଚ୍ଚାର କାରଣ ପାଲଟିଛି । ଭିକ୍ଷୁକଙ୍କ ୨ ପତ୍ନୀ ଓ ସେ ପ୍ରତିଦିନ ୨ ରୁ ୩ ହଜାର ଟଙ୍କା ରୋଜଗାର କରନ୍ତି । ଭିକ୍ଷୁକ ଜଣକ ଟଙ୍କା ରୋଜଗାର କରିବା ପରେ ମଧ୍ୟ ଖୁସିରେ ନଥିବା ସହ ନିଜର ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ନିକଟରେ ସମାଧାନ ପାଇଁ ପହଞ୍ଚିଥିଲେ ।
ଭିକ୍ଷୁକ ଜଣକ କହିଥିଲେ, ତାଙ୍କର ୨ ଜଣ ପତ୍ନୀ ଅଛନ୍ତି । ସେମାନେ ସର୍ବଦା ପରସ୍ପର ସହ ଝଗଡା କରୁଛନ୍ତି । ଉଭୟଙ୍କୁ ଅନେକ ବୁଝାସୁଝା କରିବା ପରେ ସେମାନେ କଳହ କରିବା ବନ୍ଦ କରୁ ନାହାଁନ୍ତି କି ଏକାଠି ରହିବାକୁ ରାଜି ହେଉ ନାହାଁନ୍ତି । ଭିକ୍ଷୁକଙ୍କ ସମସ୍ୟା ଶୁଣି ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ ।
Powered by Froala Editor