Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, August 02, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲକୁ ...

  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ...

  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ...

  • ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ...

  • ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ...

  • ଅଗଷ୍ଟ ପହିଲାରୁ ଶସ୍ତା ହେଲା ଗ୍ୟାସ ...

  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ ...

  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

  • ବାଂଲାଦେଶୀ ଲେଖିକା ତସଲିମା ନସରିନ୍‌ ...

  • ଭୁଶୁଡ଼ିଲା ୪ ମହଲା କୋଠା, ଚାଲିଗଲା ୭ ...

ବାଣିଜ୍ୟ
Home ›› ବାଣିଜ୍ୟ ››ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

2025-07-21 19:04:58
14294
Share:
Facebook
Twitter
E-Mail
WhatsApp
Telegram
ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

ନ୍ୟୁବର୍ଗ ଗ୍ରୁପ ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ସମଗ୍ର ଝାଡ଼ଖଣ୍ଡରେ ନିଦାନ ସୁବିଧା ଆରମ୍ଭ କରିବା ପାଇଁ ୧୦୦କୋଟିରୁ ଅଧିକ ଟଙ୍କା ନିବେଶର ପ୍ରତିଶ୍ରୁତି ଦେଇଛି, ହର୍ମୁ କଲୋନିରେ ୩୦ କୋଟି ଟଙ୍କା ବ୍ୟୟରେ ପ୍ରଥମ କେନ୍ଦ୍ର ସ୍ଥାପନା ସହିତ ଶୁଭାରମ୍ଭ ହୋଇଛି।

ରାଞ୍ଚି : ଭାରତରେ ଦ୍ରୁତଗତିରେ ବଢ଼ି ଚାଲିଥିବା ନିଦାନ କେନ୍ଦ୍ର କ୍ରମରେ, ନ୍ୟୁବର୍ଗ ପଲ୍ସ ଡାଇଗ୍ନୋଷ୍ଟିକ କେନ୍ଦ୍ର ରାଞ୍ଚିରେ ତାର ପ୍ରଥମ ଅତ୍ୟାଧୁନିକ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ କରିଛି, ଏଥିରେ ସହରର ପ୍ରଥମ ଉନ୍ନତ ପିଇଟି-ସିଟି ସ୍କାନର ଉପଲବ୍ଧ ରହିଛି। ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍ସ କୋଲକାତାର ପଲ୍ସ ଗ୍ରୁପ୍ ସହିତ ସହଭାଗିତାରେ ପୂର୍ବ ଭାରତରେ ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଏବଂ ଉତ୍ତର-ପୂର୍ବ ରାଜ୍ୟରେ ନିଜର ସ୍ଥିତି ମଜବୁତ କରିବା ପାଇଁ ଏଭଳି ମିଳିତ ପଦକ୍ଷେପ ନେଇଛି।  

ମହେନ୍ଦ୍ର ସିଂହ ଧୋନି ଏହି କେନ୍ଦ୍ର ଉଦ୍ଘାଟନ କରିଥିବା ବେଳେ କାର୍ଯ୍ୟକ୍ରମରେ ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଡା. ଜି.ଏସ୍.କେ. ବେଲୁ, ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍ର ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶିକା ସୁନିତା ବିହାନି, ନ୍ୟୁବର୍ଗ ପଲ୍ସ ଏବଂ ରାଜ୍ୟ ତଥା ସମଗ୍ର ଭାରତର ବହୁସଂଖ୍ୟାରେ ଡାକ୍ତର ଏବଂ ବିଶେଷଜ୍ଞ ପ୍ରମୁଖ ଯୋଗ ଦେଇଥିଲେ। 

ରାଞ୍ଚିର ନ୍ୟୁବର୍ଗ ପଲ୍ସ ଡାଇଗ୍ନୋଷ୍ଟିକ ସେଣ୍ଟର ହର୍ମୁ କଲୋନିସ୍ଥିତ ମହେନ୍ଦ୍ର ସିଂହ ଧୋନିଙ୍କର ପୁରୁଣା ବାସଭବନରେ ସ୍ଥାପନ କରାଯାଇଛି, ଯେଉଁଠି ସେ ଅତୀତରେ ପରିବାର ସହିତ ରହୁଥିଲେ। ଏହି କେନ୍ଦ୍ର ଗୋଟିଏ ଛାତ ତଳେ ସମସ୍ତ ପ୍ରକାରର ନିଦାନ  ସୁବିଧା ପ୍ରଦାନ କରିଥାଏ, ଯେଉଁଥିରେ ପାଥୋଲୋଜି, ରେଡିଓଲୋଜି, ନ୍ୟୁକ୍ଲିୟର ମେଡିସିନ, କାର୍ଡିଓଲୋଜି, ଗେଷ୍ଟ୍ରୋଏଣ୍ଟରୋଲୋଜି, ଏବଂ ପ୍ରିଭେଣ୍ଟିଭ୍ ହେଲ୍ଥ ସର୍ଭିସ ଇତ୍ୟାଦି ଅନ୍ତର୍ଭୁକ୍ତ ଅଟେ। ଏହି କେନ୍ଦ୍ର ୬,୦୦୦ରୁ ଅଧିକ ସାଧାରଣ ଏବଂ ସୁପର-ସ୍ପେଶାଲିଟି ପରୀକ୍ଷଣର ସୁବିଧା ପ୍ରଦାନ କରିଥାଏ, ଯେଉଁଥିରେ ଏମ୍ଆର୍ଆଇ, ସିଟି, ପିଇଟି-ସିଟି, ଡିଜିଟାଲ ଏବଂ ପୋର୍ଟେବଲ ଏକ୍ସ-ରେ, ଆଡ୍ଭାନ୍ସଡ ସୋନୋଗ୍ରାଫି, ଏଣ୍ଡୋସ୍କୋପି, କଲୋନୋସ୍କୋପି, ୪ଡି ଅଲଟ୍ରାସାଉଣ୍ଡ, ମାମୋଗ୍ରାଫି, ୨ଡି ଇକୋ, ଇସିଜି, ଇଇଜି, ଇଏମ୍ଜି ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି। ବିଶେଷଜ୍ଞ ଡାକ୍ତର, କଠୋର ଗୁଣବତ୍ତାଯୁକ୍ତ ଆଚରଣ ବ୍ୟବସ୍ଥା, ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରଦାନ କରିବା ସହିତ ଏହି କେନ୍ଦ୍ର ସଠିକ ଫଳାଫଳ ସୁନିଶ୍ଚିତ କରିଥାଏ। ଏଥିସହିତ ଏଥିରେ ଅତିରିକ୍ତ ସେବା  ଭାବେ ସମଗ୍ର ରାଞ୍ଚିରେ ଘରୁ ନମୁନା ସଂଗ୍ରହ, ସ୍ଵାସ୍ଥ୍ୟ ପରୀକ୍ଷା ପ୍ୟାକେଜ, ପର୍ସନାଲାଇଜ୍ଡ ଜିନୋମିକ୍ସ, ସମ୍ପୂର୍ଣ୍ଣ ଶରୀରର ଏମ୍ଆର୍ଆଇ ସ୍ଵାସ୍ଥ୍ୟ ପରୀକ୍ଷା, ଡିଜିଟାଲ୍ ସ୍ମାର୍ଟ ରିପୋର୍ଟ ଏବଂ ପରାମର୍ଶ ସହଯୋଗ ଅନ୍ତର୍ଭୁକ୍ତ କରାଯାଇଛି।   

ଡା. ଜି.ଏସ୍.କେ. ବେଲୁ କହିଛନ୍ତି, “ନ୍ୟୁବର୍ଗ ପଲ୍ସର ବିଶ୍ଵସ୍ତରୀୟ ଏହି ସମନ୍ଵିତ ନିଦାନ କେନ୍ଦ୍ରର ଶୁଭାରମ୍ଭ କରିବା ସହିତ ଆମେ ଝାଡ଼ଖଣ୍ଡବାସୀଙ୍କ ପାଇଁ ନିୟମିତ ପ୍ରତିଷେଧକମୂଳକ ପରୀକ୍ଷାଠାରୁ ଆରମ୍ଭ କରି ଉନ୍ନତ ପାଥୋଲୋଜି ଏବଂ ରେଡିଓଲୋଜି ସେବା ସୁଲଭ ମୂଲ୍ୟରେ ପ୍ରଦାନ କରୁଛୁ। ଏହା ଆମ ପାଇଁ ଗର୍ବର ବିଷୟ ଯେ, ଆମେ ଏହି କେନ୍ଦ୍ର କ୍ରିକେଟ ତାରକା ମହେନ୍ଦ୍ର ସିଂହ ଧୋନିଙ୍କ ପୂର୍ବ ବାସଭବନରେ ସ୍ଥାପନ କରିପାରିଛୁ, ଏବଂ ଏହି ସହଭାଗିତାରେ ସେ ଆମ ସହିତ ରହିବା ଆମ ପାଇଁ ଅତ୍ୟନ୍ତ ସମ୍ମାନର ବିଷୟ ଅଟେ।” ଆମେ ରାଞ୍ଚିରେ ଉନ୍ନତ ଜିଇ ଡିସ୍କଭରି ଆକ୍ୟୁ ପିଇଟି-ସିଟି ସ୍କାନର ଏକ ଷ୍ଟାଣ୍ଡ ଏଲୋନ ଡାଇଗ୍ନୋଷ୍ଟିକ ସେଣ୍ଟରରେ ପ୍ରଥମଥର ସ୍ଥାପନ କରି ଗର୍ବିତ, ଯାହା ସଠିକ୍ ଇମେଜିଂ ଏବଂ କ୍ୟାନସର ନିଦାନ କ୍ଷେତ୍ରରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିବ। ନ୍ୟୁବର୍ଗ ପଲ୍ସ  ଅଭିନବ ଚିକିତ୍ସା କୌଶଳ ଏବଂ ଭରସାଯୋଗ୍ୟ ବିଶେଷତା ସହିତ ଉଚ୍ଚ ଗୁଣବତ୍ତାଯୁକ୍ତ ନିଦାନ ସେବା ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ପ୍ରତିବଦ୍ଧ ଅଟେ। ଆମର ଲକ୍ଷ୍ୟ ହେଉଛି ଲୋକଙ୍କୁ ଠିକ୍ ସମୟରେ ସଠିକ୍ ନିଦାନ ଦ୍ଵାରା ସ୍ଵାସ୍ଥ୍ୟକ୍ଷେତ୍ରରେ ସଶକ୍ତ କରିବା , ଏବଂ ଅଞ୍ଚଳରେ ସ୍ଥାନୀୟ ନିଯୁକ୍ତି ପାଇଁ ଅବସର ସୃଷ୍ଟି କରିବା। 

ସୁନିତା ବିହାନି, ସିଇଓ ଏବଂ ଏମ୍ଡି, ନ୍ୟୁବର୍ଗ ପଲ୍ସ ଡାଇଗ୍ନୋଷ୍ଟିକ୍ସ କହିଛନ୍ତି, “ରାଞ୍ଚିରେ ଆମର ସମନ୍ଵିତ ନିଦାନ କେନ୍ଦ୍ର ସ୍ଥାପନା ପୂର୍ବ ଭାରତରେ ଆମର ବିସ୍ତୃତ ଦୃଷ୍ଟିକୋଣର ଗୁରୁତ୍ଵପୂର୍ଣ୍ଣ ମାନଦଣ୍ଡ। ଏହି କେନ୍ଦ୍ର, ଝାଡ଼ଖଣ୍ଡ ଏବଂ ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ଏକ ପ୍ରମୁଖ କେନ୍ଦ୍ର ଭାବେ କାମ କରିବ। ନ୍ୟୁବର୍ଗ ଗ୍ରୁପ ଆସନ୍ତା ୨-୩ବର୍ଷ ମଧ୍ୟରେ ଝାଡ଼ଖଣ୍ଡରେ ନିଦାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ୧୦୦କୋଟିରୁ ଅଧିକ ଟଙ୍କାର ନିବେଶ କରିବାକୁ ଯାଉଛି, ୩୦ କୋଟି ଟଙ୍କାରେ ପ୍ରଥମ କେନ୍ଦ୍ରର ଶୁଭାରମ୍ଭ ହୋଇଛି। ଆମର ଉଦ୍ଦେଶ୍ୟ ଏକ ମଜବୁତ, ବିକେନ୍ଦ୍ରୀକୃତ ନେଟୱର୍କ ତିଆରି କରିବା, ଯାହାଫଳରେ ସବୁବର୍ଗର ଲୋକଙ୍କୁ ସେମାନଙ୍କର ଦୁଆରମୁହଁରେ ବିଶ୍ଵସ୍ତରୀୟ ନିଦାନ ସେବା ଯୋଗାଇଦେବା। ”

ମହେନ୍ଦ୍ର ସିଂହ ଧୋନି କେନ୍ଦ୍ରକୁ ଉଦ୍ଘାଟନ କରିବା ଅବସରରେ କହିଛନ୍ତି,”ଏହା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ, ମୁଁ ଯେଉଁଠାରେ ଦିନେ ମୋର ଯାତ୍ରା ଆରମ୍ଭ କରିଥିଲି, ସେଠାରେ ବର୍ତ୍ତମାନ ଗୋଟିଏ ଉନ୍ନତ ନିଦାନ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଏହି କେନ୍ଦ୍ର ରାଞ୍ଚିବାସୀଙ୍କୁ ବିଶ୍ଵସ୍ତରୀୟ ଚିକିତ୍ସା ସେବାର ନିକଟତର କରାଇବାରେ ସହାୟକ ହେବ। ମୁଁ ନ୍ୟୁବର୍ଗ ପଲ୍ସ ସହିତ ଭାଗୀଦାର ହୋଇ ନିଜକୁ ଗୌରବାନ୍ଵିତ ମନେକରୁଛି, କାରଣ ଏହା ରାଞ୍ଚିବାସୀଙ୍କୁ ଗୁଣବତ୍ତାଯୁକ୍ତ ନିଦାନ ସହଜରେ ଉପଲବ୍ଧ କରିପାରିଛି।”

Powered by Froala Editor

Tags M S Dhoni

Related articles Odisha News Lens 4.1

  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ
    ବିଶେଷ

    ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    14447
    Jul 31, 2026
  • ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ
    ଦେଶ-ଦେଶାନ୍ତର

    ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

    14557
    Aug 01, 2026
  • ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ଅଭିନେତା ସୁଦେଶ ବେରୀ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ଅଭିନେତା ସୁଦେଶ ବେରୀ

    15258
    Aug 01, 2026
  • ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ
    ଦେଶ-ଦେଶାନ୍ତର

    ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

    13407
    Aug 02, 2026
  • ଭୁଶୁଡ଼ିଲା ୪ ମହଲା କୋଠା, ଚାଲିଗଲା ୭ ଜୀବନ
    ଦେଶ-ଦେଶାନ୍ତର

    ଭୁଶୁଡ଼ିଲା ୪ ମହଲା କୋଠା, ଚାଲିଗଲା ୭ ଜୀବନ

    15842
    Jul 31, 2026
  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ...

    13904
    Aug 01, 2026
  • ଅଗଷ୍ଟ ପହିଲାରୁ ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ଦର
    ଦେଶ-ଦେଶାନ୍ତର

    ଅଗଷ୍ଟ ପହିଲାରୁ ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ଦର

    14881
    Aug 01, 2026
  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ...
    ବାଣିଜ୍ୟ

    ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ...

    14173
    Jul 31, 2026
  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର
    ବିଶେଷ

    ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    15500
    Aug 02, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭୁଶୁଡ଼ିଲା ୪ ମହଲା କୋଠା, ଚାଲିଗଲା ୭ ଜୀବନ

    15842
    Jul 31, 2026
  • ଦେଶ-ଦେଶାନ୍ତର

    ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

    13407
    Aug 02, 2026
  • ବାଣିଜ୍ୟ

    ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର ...

    14173
    Jul 31, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17011
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17616
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17669
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18070
    Sep 06, 2023

ବିଶେଷ

  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    15500
    Aug 02, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    14447
    Jul 31, 2026
  • ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ.....

    14369
    Jul 28, 2026
  • ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....

    15991
    Jul 27, 2026
  • କଞ୍ଚା ପିଆଜ ଖାଇବା ଠାରୁ ଦୂରେଇ ରୁହନ୍ତୁ ଗର୍ଭବତୀ ମହିଳା

    15877
    Jul 25, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

ବେଦାନ୍ତ ଆଲୁମିନିୟମର ତୀରନ୍ଦାଜୀ ତାଲିମ କାର୍ଯ୍ୟକ୍ରମରେ କ୍ଷୀରୋଦ କୁମାର ଏବଂ ଓଙ୍କାର ମାଝୀ ଗତ ଚାରି ବର୍ଷ ଧରି ପ୍ରଶିକ୍ଷଣ ନେଉଛନ୍ତି

ଭୁବନେଶ୍ୱର 01.08.2026: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ ...

  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ

    14173
    Jul 31, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କରିଛି

    14245
    Jul 29, 2026
  • କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

    15031
    Jul 28, 2026
  • ଫିକା ପଡିବ ସୁନାର ଚମକ

    14132
    Jul 27, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

    13904
    Aug 01, 2026
  • ଭୁଶୁଡ଼ିଲା ୪ ମହଲା କୋଠା, ଚାଲିଗଲା ୭ ଜୀବନ

    15842
    Jul 31, 2026
  • ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ଅଭିନେତା ସୁଦେଶ ବେରୀ

    15258
    Aug 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In