ଲଞ୍ଚ ହେଲା NISAR, ଏବେ ଭୂକମ୍ପ-ସୁନାମି ପୂର୍ବରୁ ମିଳିବ ସୂଚନା

ଜୁଲାଇ ୩୦ ବୁଧବାର ନାସା ଏବଂ ଇସ୍ରୋର ମିଳିତ ପ୍ରକଳ୍ପ, ଏନଆଇଏସଏଆର(ନିସାର) (ନାସା-ଇସ୍ରୋ ସିନ୍ଥେଟିକ୍ ଆପର୍ଚର ରାଡାର) ସାଟେଲାଇଟ୍ ସଫଳତାର ସହ ଉତ୍କ୍ଷେପଣ କରାଯାଇଛି। ଏହି ଉତକ୍ଷେପଣ ସନ୍ଧ୍ୟା 5:40 ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ କରାଯାଇଥିଲା । ଯାହାକୁ ଭାରତର ମହାକାଶ ବିଜ୍ଞାନରେ ଏକ ବଡ଼ ସଫଳତା ଭାବରେ ଦେଖାଯାଉଛି ।
ପୃଥିବୀକୁ ନିରୀକ୍ଷଣ ପାଇଁ ଏନଆଇଏସଏଆର ଏକ ବୈପ୍ଲବିକ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଏହାକୁ ଭୂକମ୍ପ, ସୁନାମି, ଆଗ୍ନେୟଗିରି ଏବଂ ଭୂସ୍ଖଳନ ଭଳି ବିନାଶକାରୀ ପ୍ରାକୃତିକ ବିପର୍ଯ୍ୟୟର ସମୟୋଚିତ ସତର୍କତା ଦେବା ପାଇଁ ଡିଜାଇନ୍ କରାଯାଇଛି।
ଏହି ଉପଗ୍ରହକୁ "ପୃଥିବୀର ଏମଆରଆଇ ସ୍କାନର୍" ମଧ୍ୟ କୁହାଯାଉଛି କାରଣ ଏହା ପୃଥିବୀ ପୃଷ୍ଠର ସୂକ୍ଷ୍ମ ଚିତ୍ର ନେଇପାରି। ଏହା ମାତ୍ର ଏକ ସେଣ୍ଟିମିଟର ସ୍ତରରୁ ମଧ୍ୟ ପୃଥିବୀର ପରିବର୍ତ୍ତନଗୁଡ଼ିକୁ ଧରିପାରିବ। ଏହି ଉପଗ୍ରହ ଜଙ୍ଗଲରେ ପରିବର୍ତ୍ତନ, ବରଫ ଚାଦର ଭାଙ୍ଗିବା, ସମୁଦ୍ର ସ୍ତର ବୃଦ୍ଧି, ଭୂତଳ ଜଳ ହ୍ରାସ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତି ଉପରେ ନଜର ରଖିବ ।
Powered by Froala Editor