ସିନ୍ଦ୍ ନଦୀରେ ଖସିଲା ଯବାନଙ୍କ ବସ

ଜମ୍ମୁ ଓ କଶ୍ମୀରର ଗାଣ୍ଡେରବଲ ଜିଲାରେ ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ଏକ ବସ ନଦୀକୁ ଖସିପଡ଼ିଛି। ଜମ୍ମୁ କାଶ୍ମୀରର କୁଲାନ ନିକଟରେ ଏହି ଦୁର୍ଘଟଣା ହୋଇଛି । ପ୍ରବଳ ବର୍ଷା ଯୋଗୁ ବସଟି କୁଲାନ ବ୍ରିଜ ଉପରୁ ନଦୀକୁ ଖସି ପଡ଼ିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଷ୍ଟେଟ୍ ଡିଜାଷ୍ଟର ରେସପନ୍ସ ଫୋର୍ସ ପହଞ୍ଚି ରେସ୍କ୍ୟୁ ଅପରେସନ ଚଳାଇଛନ୍ତି । ତେବେ ଏହି ଦୁର୍ଘଟଣାରେ ମୃତାହତ ନେଇ ସ୍ପଷ୍ଟ ସୂଚନା ଆସିନାହିଁ । ITBP ଯବାନଙ୍କ ଅନେକ ଅସ୍ତ୍ରଶସ୍ତ୍ର ନଦୀ ପାଣିରେ ଭାସିଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।
ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ପ୍ରବଳ ବର୍ଷା ମଧ୍ୟରେ ଗାଣ୍ଡେରବଲ ଜିଲାର କୁଲାନରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ ସିନ୍ଧ ନଦୀକୁ ଖସିପଡ଼ିଛି। ବସ୍ରେ ଥିବା ସୈନିକଙ୍କ ପାଇଁ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତି ମିଳିପାରିନାହାନ୍ତି।
Powered by Froala Editor