କଂଗ୍ରେସ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ

ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ସୁରେଶ ଭାରପୁଡକର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସୁରେଶ ଭାରପୁଡକରଙ୍କୁ ସ୍ବାଗତ କରିବା ପାଇଁ ଦଳୀୟ କାର୍ଯ୍ୟାଳୟରେ ଏକ ସମାରୋହର ଆୟୋଜନ କରାଯାଇଥିଲା, ଯେଉଁଠାରେ ଭାଜପା ରାଜ୍ୟ ସଭାପତି ରବିନ୍ଦ୍ର ଚଭନ ତାଙ୍କୁ ସ୍ବାଗତ କରିଥିଲେ। ସୁରେଶ ଅମ୍ବାଦାସରାଓ ଭାରପୁଡକର ତାଙ୍କ ସମର୍ଥକମାନଙ୍କ ସହିତ ଭାଜପାରେ ଯୋଗ ଦେଇଛନ୍ତି।
ପୂର୍ବତନ ମନ୍ତ୍ରୀ ସୁରେଶ ଭରପୁଡକର କହିଛନ୍ତି, ସେ ଭାଜପାର ବିକାଶ ନୀତିକୁ ସମର୍ଥନ କରିବା ପାଇଁ ଦଳରେ ଯୋଗ ଦେଇଛନ୍ତି। ସେ କହିଛନ୍ତି,ସମସ୍ତଙ୍କ ସହଯୋଗରେ, ମୁଁ ଦଳର ବିଚାରଧାରା ପ୍ରସାର କରିବାକୁ ଏବଂ ଏହାର ବିକାଶରେ ଯୋଗଦାନ ଦେବାକୁ ପ୍ରତିବଦ୍ଧ।
ରବିନ୍ଦ୍ର ଚଭନ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ନେତୃତ୍ୱ ସୁରେଶ ଭାରପୁଡକରଙ୍କୁ ପ୍ରେରଣା ଦେଇଥିଲା, ଯାହା ଫଳରେ ସେ ସମାଜସେବାକୁ ଆହୁରି ମଜଭୁତ କରିବା ପାଇଁ ଭାଜପାରେ ଯୋଗ ଦେଇଛନ୍ତି।
Powered by Froala Editor