ବ୍ରିକ୍ସ ସମ୍ମିଳନୀରେ ରିଲ୍ସ କରି କନେଷ୍ଟବଳ ହଟହଟା
ବ୍ରିକ୍ସ ସମ୍ମିଳନୀ-୨୦୨୬ରେ ରିଲ୍ସ କରି ଡ୍ୟୁଟିରୁ ହଟିଲେ କନେଷ୍ଟବଳ । ଏଭଳି ଘଟଣା ଘଟିଛି ଦିଲ୍ଲୀରେ । କଡ଼ା ସୁରକ୍ଷା ମଧ୍ୟରେ ବନ୍ଧୁକ ସହ ରିଲ୍ସ କରିବା ଦିଲ୍ଲୀ ପୁଲିସର ଜଣେ କନେଷ୍ଟବଳଙ୍କୁ ଭାରୀ ପଡ଼ିଛି । ସୋସିଆଲ୍ ମିଡିଆରେ ସେ ସଂପର୍କିତ ଭିଡିଓ ଭାଇରାଲ୍ ହେବା ପରେ ଅନେକ ୟୁଜର ଅନ୍ତର୍ଜାତୀୟ ସ୍ତରର ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀର ସୁରକ୍ଷା ବ୍ୟବସ୍ଥା ଏବଂ ପୁଲିସକର୍ମୀଙ୍କର ଦାୟିତ୍ୱବୋଧକୁ ନେଇ ପ୍ରଶ୍ନ କରିଥିଲେ । ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଏହାପରେ ସଂପୃକ୍ତ କନେଷ୍ଟବଳଙ୍କୁ ବ୍ରିକ୍ସ ସୁରକ୍ଷା ଡ୍ୟୁଟିରୁ ହଟାଯାଇଛି । ତାଙ୍କୁ ସସ୍ପେଣ୍ଡ କରାଯାଇପାରେ ।
ପୁଲିସ ଅନୁସାରେ, କନେଷ୍ଟବଳ ଜଣକ ଇନଷ୍ଟାଗ୍ରାମରେ ତାଙ୍କର ବନ୍ଧୁକ ସଂପର୍କରେ ପୋଷ୍ଟ କରିଥିଲେ । ଏଥିସହ ସେ ବ୍ରିକ୍ସ ସମ୍ମିଳନୀ-୨୦୨୬ର ପରିଚୟପତ୍ର ପିନ୍ଧି ମୁତୟନ ହୋଇଥିବା ସୁରକ୍ଷା ପୋଷ୍ଟରୁ ଭିଡିଓ ରେକର୍ଡିଂ କରିଥିଲେ । ସେହି ଭିଡିଓ ଭାଇରାଲ୍ ହେବା ପରେ ତାଙ୍କୁ ବ୍ରିକ୍ସ ସୁରକ୍ଷା ଡ୍ୟୁଟିରୁ ହଟାଯାଇ ତାଙ୍କର ପୂର୍ବ ପୋଷ୍ଟିଂ ଦିଲ୍ଲୀର ଉତ୍ତର-ପଶ୍ଚିମ ଜିଲ୍ଲାକୁ ପଠାଯାଇଛି।
Powered by Froala Editor