୧୪ ହଜାର କୋଟିର ଠକ ମେହୁଲ ଚୋକସି ନିଖୋଜ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକସି ଆଣ୍ଟିଗୁଆରେ ନିଖୋଜ ହୋଇଯାଇଛନ୍ତି । ପରିବାର ଲୋକ ଚୋକସିଙ୍କୁ ଖୋଜୁଛନ୍ତି । ସେ ନିଖୋଜ ହୋଇଥିବା ବିଷୟକୁ ତାଙ୍କ ଆଇନଜୀବୀ ବିଜୟ ଅଗ୍ରୱାଲ ସ୍ପଷ୍ଟ କରିଛନ୍ତି । ସୂଚନା ଅନୁସାରେ ଆଣ୍ଟିଗୁଆର ଦକ୍ଷିଣ ଭାଗରେ ଥିବା ଏକ ରେସ୍ତୋରାଁରେ ରାତ୍ରୀ ଭୋଜନ କରିବା ଉଦେ୍ଧଶ୍ୟରେ ଚୋକସି ସୋମବାର ସନ୍ଧ୍ୟାରେ ନିଜ ଘରୁ ବାହାରିଥିଲେ । ଏହା ପରଠାରୁ ତାଙ୍କୁ ଆଉ ଦେଖିବାକୁ ମିଳିନି । ପରବର୍ତ୍ତୀ ସମୟରେ ତାଙ୍କ ଗାଡ଼ି ମିଳିଥିଲା, କିନ୍ତୁ ତାଙ୍କର କୌଣସି ଖୋଜ ଖବର ମିଳିନଥିବା ଜଣାପଡ଼ିଛି । ଚୋକସି ନିଖୋଜ ହୋଇଥିବା ନେଇ ପୁଲିସରେ ମାମଲା ରୁଜୁ ହୋଇଛି । ତାଙ୍କୁ ଖୋଜିବା ଲାଗି ଉଦ୍ୟମ ହେଉଛି ବୋଲି ପୁଲିସ କମିସନର ଆଟଲି ରୋଡନି କହିଛନ୍ତି । ଏ ସମ୍ପର୍କିତ ରିପୋର୍ଟ ଆଣ୍ଟିଗୁଆ ନିଉଜରୁମ ନାମକ ଏକ ସ୍ଥାନୀୟ ସମ୍ବାଦପତ୍ରରେ ପ୍ରକାଶ ପାଇଛି । ତେବେ ଚୋକସି ନିଖୋଜ ହୋଇଥିବା ନେଇ ସିବିଆଇକୁ କୌଣସି ସୂଚନା ଦିଆଯାଇନାହିଁ । ସେ ପିଏନବିରେ କରିଥିବା ଠକେଇର ତଦନ୍ତ କରୁଛି ସିବିଆଇ । ଚୋକସିଙ୍କ ବିଷୟରେ ସ୍ପଷ୍ଟ ସୂଚନା ଦେବା ଲାଗି ସିବିଆଇ ପକ୍ଷରୁ ଆଣ୍ଟିଗୁଆରେ ଥିବା ଭାରତୀୟ ଦୂତାବାସକୁ ଚିଠି ଲେଖାଯିବ । ଏହି ୬୨ ବର୍ଷୀୟ ହୀରା ବ୍ୟବସାୟୀ ପିଏନବି ଠକେଇର ପର୍ଦ୍ଧାଫାସ ହେବ । ପୂର୍ବରୁ ୨୦୧୮ ରେ ଭାରତ ଛାଡ଼ି ଦେଇଥିଲେ ।
Powered by Froala Editor