ଜିଆ ଖାନ ଆତ୍ମହତ୍ୟା ମାମଲା: ସୂରଜ ପଞ୍ଚୋଲି ନିର୍ଦ୍ଦୋଷରେ ଖଲାସ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜିଆ ଖାନ ଆତ୍ମହତ୍ୟା ମାମଲାରେ ପ୍ରାୟ ୧୦ ବର୍ଷ ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ରାୟ ଦେଇଛନ୍ତି। ଏହି ମାମଲାରେ ଅଭିନେତା ସୂରଜ ପଞ୍ଚୋଲି ଜିଆଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିବା ଅଭିଯୋଗ ହୋଇଥିଲା। ଆଜି ଏହାର ରାୟ ଶୁଣାଣି ବେଳେ କୋର୍ଟ ସୂରଜ ପାଞ୍ଚୋଲିଙ୍କୁ ଦୋଷ ମୁକ୍ତ କରିଛନ୍ତି। କୋର୍ଟଙ୍କ ରାୟ ଶୁଣାଣି ସମୟରେ ଜିଆଙ୍କ ମା ମଧ୍ୟ ଉପସ୍ଥିତ ଥିଲେ।
ଏଥି ସହିତ ଜିଆଙ୍କ ମା ରାବିଆ ମଧ୍ୟ କୋର୍ଟଙ୍କ ନିଷ୍ପତ୍ତି ଘୋଷଣା ପୂର୍ବରୁ ତାଙ୍କ ଓକିଲଙ୍କ ମାଧ୍ୟମରେ ଆଜି ଏକ ଆବେଦନ କରିଥିଲେ। ତେବେ କୋର୍ଟ ରାବିୟା ଖାନଙ୍କ ଆବେଦନକୁ ବିଚାର କରିନାହାଁନ୍ତି ଏବଂ ଏହି ରାୟ ଦେବାବେଳେ ସୂରଜ ପଞ୍ଚୋଲିଙ୍କୁ ଦୋଷ ମୁକ୍ତ କରିଛନ୍ତି। ପୂର୍ବରୁ ଏହି ମାମଲାର ତଦନ୍ତ ମୁମ୍ବାଇ ପୋଲିସ ଦ୍ୱାରା କରାଯାଉଥିଲା ଏବଂ ଏହା ପରେ ସ୍ୱର୍ଗତ ଅଭିନେତ୍ରୀଙ୍କ ମାଆ ରାବିଆଙ୍କ ପିଟିସନରେ କୋର୍ଟ ଏହାକୁ ସିବିଆଇକୁ ହସ୍ତାନ୍ତର କରିଥିଲେ।
Powered by Froala Editor