ଗ୍ରାହକଙ୍କର ପ୍ରଥମ ପସନ୍ଦ ହଳଦୀ ଲାଇନର
ପ୍ରଥମେ କଳା ରଙ୍ଗର ଆଇ ଲାଇନର ବଜାରକୁ ଆସିଲା । କିଛି ବର୍ଷ ପରେ ପରେ ଧଳା, ଈଷତ ଗୋଲାପୀ ରଙ୍ଗ ଲାଇନର ବିକ୍ରି ହେଲା । ୨୦୨୩ରେ ପ୍ରଥମଥର କରି ବଜାରକୁ ଆସିଲା ହଳଦୀ ରଙ୍ଗର ଲାଇନର । ଯାହା କ୍ରମେ ଗ୍ରାହକଙ୍କର ପ୍ରଥମ ପସନ୍ଦ ପାଲଟିଗଲା । ଯୁବପିଢ଼ି ଏଇ ନୂଆ ରଙ୍ଗ ଲାଇନର ଲଗାଇବାକୁ ଅଧିକ ଆଗ୍ରହୀ । ଜିନ୍ସ-ଟି ସାର୍ଟ, ଫ୍ରକ୍, ସ୍କର୍ଟ ପିନ୍ଧୁଥିବା କଲେଜ ପଢ଼ୁଆ ଝିଅମାନେ ଏହି ଲାଇନରକୁ ଅଧିକ ପସନ୍ଦ କରୁଛନ୍ତି । ଏହ ସହିତ ଆପଣ କୌଣସି ପାର୍ଟି, ଫଙ୍କସନ କିମ୍ବା ବିବାହ ଭୋଜିରେ ଯିବାର ଥିଲେ ଆପଣଙ୍କ ଡେ଼୍ରସ୍ କିମ୍ବା ଶାଢ଼ି ସହ ମ୍ୟାଚ କରି ମଧ୍ୟ ଏହାକୁ ଲଗାଇପାରିବେ । ଏହି ହଳଦୀ ଲାଇନରର ଗୋଟିଏ ମାତ୍ର ଅସୁବିଧା ହେଉଛି ଏହା ୱାଟରପ୍ରୁଫ ନହୋଇଥିଲେ ମୁହଁ ସାରା ବ୍ୟାପି ଯାଇଥାଏ । ହଳଦୀ ଲାଇନର କିଣିବା ସମୟରେ ୱାଟର ପ୍ରୁଫ ଦେଖି କିଣନ୍ତୁ ।
Powered by Froala Editor