ଥମୁନି ହାତୀ ଆତଙ୍କ: ଆକ୍ରମଣରେ ୨ ମହିଳା ମୃତ

ବନ୍ତଳା: ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ଥମିବାର ନାଁ ନେଉନି ହାତୀ ଆତଙ୍କ । ହାତୀପଲ ଗାଁ ଗଣ୍ଡାରେ ବୁଲୁଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ନିୟମିତ ଲୋକଙ୍କ ଜୀବନ ଯାଉଛି । ସୋମବାର ସକାଳେ ବଡ଼କନ୍ତକୁଳ ଗାଁରେ ହାତୀ ଆକ୍ରମଣରେ ୨ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାମାନେ ହେଲେ ବଡ଼କନ୍ତକୁଳ ଗାଁର ୪୫ ବର୍ଷୀୟ ମୂଳି ପ୍ରଧାନ ଓ ସେହି ଗ୍ରାମର ୭୦ ବର୍ଷୀୟ ଗୌରୀ ରାଉଳ ।
ସୂଚନାନୁସାରେ, ଉଭୟ ମହିଳା ସକାଳୁ ଘର ପାଖ ଆମ୍ବ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ସେଠାରେ ପୂର୍ବରୁ ଥିବା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ଦୁଇ ମହିଳାଙ୍କୁ ଏକ ହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ଅନ୍ୟ ଜଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତୁ୍ୟବରଣ କରିଛନ୍ତି । ।ଖବର ପାଇ ବନ୍ତଳା ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
Powered by Froala Editor