ପାଦ୍ରୀଙ୍କ କଥାରେ ଉପବାସ କରି ପ୍ରାଣ ଦେଇଦେଲେ ୨୯ ଜଣ, ମୃତକ ଭିତରେ ଅଛନ୍ତି ଶିଶୁ

ଆଫ୍ରିକୀୟ ଦେଶ କେନିୟାରେ ଇସାଇ ପାଦ୍ରୀଙ୍କ କଥାକୁ ବିଶ୍ୱାସ କରି ଉପବାସ କରିବା ଫଳରେ ୨୯ଜଣଙ୍କର ମୃତ୍ୟୁ ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ପୋଲିସ ଶବଗୁଡିକୁ କବର ତଳୁ ଉଦ୍ଧାର କରିଛି । ସବୁଠାରୁ ଭୟଙ୍କର କଥା, ଗୋଟିଏ ପରିବାରର ୫ଜଣ ଲୋକଙ୍କ ଶବ ମିଳିଛି । କବର ଭିତରୁ କିଛି ଶିଶୁଙ୍କ ଶବ ମଧ୍ୟ ଉଦ୍ଧାର ହୋଇଛି । ପୋଲିସ ଏପର୍ଯ୍ୟନ୍ତ ମୋଟ ୬୫ଟି କବର ଖୋଳି ସାରିଲାଣି । ୨୯ ଜଣଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ଆହୁରି ଅନେକ ଲୋକଙ୍କ ମୃତଦେହ ଉଦ୍ଧାର ହୋଇପାରେ ବୋଲି ପୋଲିସ ଆଶଂକା କରିଛି ।
ପାଦ୍ରୀ ଜଣଙ୍କ ଏହି ଲୋକମାନଙ୍କୁ ଉପଦେଶ ଦେଇଥିଲେ କି ଯଦି ସେମାନେ ଉପବାସ କରନ୍ତି ତେବେ ସେମାନଙ୍କୁ ଜନ୍ନତ ବା ସ୍ୱାର୍ଗପ୍ରାପ୍ତି ହେବ । ସେମାନଙ୍କର ଭେଟ ଜିଶୁଙ୍କ ସହ ହେବ ଓ ସେମାନଙ୍କ ଆତ୍ମା ସ୍ୱର୍ଗପ୍ରାପ୍ତି ହେବ । ଏହାପରେ ୨୯ଜଣ ଲୋକ ପାଦ୍ରୀଙ୍କ କଥାକୁ ବିଶ୍ୱାସ କରି ଉପବାସ କରିବା ସହ ଆତ୍ମହତ୍ୟା କରିଥିଲେ ।
ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପାଦ୍ରୀ ପଲ ମୈକେଂଜଙ୍କୁ ପୋଲିସ ଗିରଫ କରିଛି । ପାଦ୍ରୀ ଜଣଙ୍କ ନିଜକୁ ନିର୍ଦ୍ଦୋଷ କହିବା ସହ ସେ ଲୋକମାନଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇ ନଥିବା କହିଛନ୍ତି ।
Powered by Froala Editor