କରୋନା ସଂକ୍ରମଣ ବୃଦ୍ଧି : ୮ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର
କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ୮ଟି ରାଜ୍ୟକୁ ସ୍ଥିତି ଉପରେ କଡ଼ା ନଜର ରଖିବାକୁ କହିଛନ୍ତି କେନ୍ଦ୍ର ସରକାର। ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ କରୋନାର ୧୧,୬୯୨ ନୂଆ ମମଲା ସାମ୍ନାକୁ ଆସିଛି । ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୬ ହଜାରରୁ ଅଧିକ ହୋଇଯାଇଛି । କରୋନା ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଉତ୍ତର ପ୍ରଦେଶ, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକା, ହରିଆଣା ଓ ଦିଲ୍ଲୀ ୮ ରାଜ୍ୟକୁ ଚିଠି ଲେଖି ସତର୍କ କରାଇଛନ୍ତି ।
ଏହି ରାଜ୍ୟଗୁଡ଼ିକର କିଛି ଜିଲ୍ଲାରେ କରୋନା ପଜିଟିଭିଟି ହାର ୧୦% ଉପରେ ରହିଛି। ଉତ୍ତର ପ୍ରଦେଶରେ ଗୋଟିଏ ଜିଲ୍ଲାରେ ପଜିଟିଭିଟି ହାର ୧୦% ଉପରେ ରହିଥିବା ବେଳେ ତାମିଲନାଡୁର ୧୧, ରାଜସ୍ଥାନର ୬, ମହାରାଷ୍ଟ୍ରର ୮, କେରଳର ୧୪, ହରିଆଣାର ୧୨ ଓ ଦିଲ୍ଲୀର ୧୧ଟି ଜିଲ୍ଲାର ପଜିଟିଭିଟି ହାର ୧୦% ଉପରେ ରହିଛି।
ସରକାର ସର୍ଭିଲାନ୍ସ ବଢ଼ାଇବା, ଆଇଏଲଆଇ ଏବଂ ଏସଏଆରଆଇର ରୋଗୀଙ୍କ ଉପରେ ନଜର ରଖିବା, ପର୍ଯ୍ୟାପ୍ତ ସଂଖ୍ୟାରେ ଟେଷ୍ଟିଂ, ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିବା ସାମ୍ପଲିଂର ଯାଞ୍ଚ ଏବଂ ହସ୍ପିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଇଛନ୍ତି ।
Powered by Froala Editor