ଅନୁରାଗ ମୃତ ନୁହେଁ ଜୀବିତ, ଅନ୍ନପୂର୍ଣ୍ଣା ଶୃଙ୍ଗରେ ନିଖୋଜ ହୋଇଯାଇଥିଲେ
ନେପାଳର ଅନ୍ନପୂର୍ଣ୍ଣା ପର୍ବତ ଶୃଙ୍ଗରେ ସୋମବାରଠାରୁ ନିଖୋଜ ହୋଇଯାଇଥିବା ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୂଙ୍କୁ ଉଦ୍ଧାରକାରୀମାନେ ଜୀବନ୍ତ ଉଦ୍ଧାର କରିଛନ୍ତି । ସୂଚନାଯୋଗ୍ୟ, ଅନ୍ନପୂର୍ଣ୍ଣା ଶୃଙ୍ଗ ହେଉଛି ବିଶ୍ବର ୧୦ମ ବୃହତ୍ ପର୍ବତ ଶୃଙ୍ଗ। ୩୪ ବର୍ଷିୟ ଭାରତୀୟ ଉଦ୍ୟୋଗୀ ଅନୁରାଗ ମାଲୂ ସୋମବାର ଦିନ ‘ଚତୁର୍ଥ କ୍ୟାମ୍ପ୍’ରୁ ଫେରୁଥିବା ବେଳେ ‘ତୃତୀୟ କ୍ୟାମ୍ପ୍’ ତଳେ ଥିବା ବରଫ ଫାଟ ଭିତରକୁ ପଡ଼ିଯାଇଥିଲେ। ତାଙ୍କ ଭାଇ ସୁଧୀର କରିଛନ୍ତି, ତାଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଅତି ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଛି। ଅତି ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରିଥିବା କଥା ତାଙ୍କ ଭାଇ କହିଛନ୍ତି ।
ସୂଚନାଯୋଗ୍ୟ, ମାଲୂ ୮୦୦୦ ମିଟର୍ରୁ ଊର୍ଦ୍ଧ୍ବ ୧୪ଟି ଶୃଙ୍ଗ ଏବଂ ୭ଟି ମହାଦେଶରେ ଥିବା ୭ଟି ସର୍ବୋଚ୍ଚ ଶୃଙ୍ଗ ଆରୋହଣ ଅଭିଯାନରେ ବାହାରିଛନ୍ତି। ସେ ମୃତ ବୋଲି ଦୁଇ ଦିନ ତଳେ ରିପୋର୍ଟ ମିଳିଥିଲା ।
Powered by Froala Editor