ଭାରତରେ ପ୍ରସ୍ତୁତ ହେବ ଏହି ରୁଷୀୟ କୋଭିଡ ଟିକା

ନୂଆଦିଲ୍ଲୀ : ଭାରତୀୟ ଭେଷଜ କମ୍ପାନି ପାନାସିଆ ବାୟୋଟେକ ଭାରତରେ ରୁଷୀୟ କୋଭିଡ ଟିକା ସ୍ପୁଟନିକ-ଭି ପ୍ରସ୍ତୁତ କରିବ ବୋଲି ସୋମବାର ଘୋଷଣା କରିଛି । ରୁଷିଆର ଗମାଲେଇ ପ୍ରତିଷ୍ଠାନ ଦ୍ୱାରା ବିକଶିତ ଉକ୍ତ ଟିକାକୁ ସରକାରୀ ସଂସ୍ଥା ରୁଷିଆନ ଡାଇରେକ୍ଟ ଡେଭଲପମେଣ୍ଟ ଫଣ୍ଡ (ଆରଡିଆଇଏଫ) ପ୍ରସ୍ତୁତ କରୁଥିବା ବେଳେ ପାନାସିଆ ବାୟୋଟେକ କମ୍ପାନି ତାହା ସହ ସହବନ୍ଧିତ ହୋଇ ଭାରତରେ ତାହା ପ୍ରସ୍ତୁତ କରିବାକୁ ଅନୁମତି ପାଇଛି । ଚଳିତ ଗ୍ରୀଷ୍ମ ଋତୁରେ ପୂର୍ଣ୍ଣମାତ୍ରାରେ ଟିକାପ୍ରସ୍ତୁତି ଚଳାଇବାକୁ ଲକ୍ଷ୍ୟ ରଖିଥିବା ପାନାସିଆ କମ୍ପାନି ବର୍ଷକୁ ୧୦ କୋଟି ମାତ୍ରାର ଟିକା ବଜାରକୁ ଛାଡ଼ିବାକୁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ହିମାଚଳ ପ୍ରଦେଶର ବଦ୍ଧି ସ୍ଥିତ ନିଜସ୍ୱ କାରଖାନାରେ ପାନାସିଆ ପକ୍ଷରୁ ପ୍ରସ୍ତୁତ ହେବାକୁ ଥିବା ସ୍ପୁଟନିକ-ଭିର ପ୍ରଥମ ବ୍ୟାଚ ଭାରତୀୟ ସଂସ୍କରଣ ଟିକାକୁ ତାହାର ଫଳପ୍ରଦତା ପରୀକ୍ଷଣ ପାଇଁ ରୁଷିଆର ଗମାଲେଇ କେନ୍ଦ୍ରକୁ ପଠାଯିବ ବୋଲି ଜଣାଯାଇଛି ।
Powered by Froala Editor