ଅତିକଙ୍କ ହତ୍ୟା ପରେ ମୁହଁ ଖୋଲିଲେ ଯୋଗୀ, ଆଉ କୌଣସି ମାଫିଆ ଧମକ ଦେଇପାରିବେ ନାହିଁ
ଗ୍ୟାଙ୍ଗଷ୍ଟାର ଅତିକ୍ ଅହମଦ ଓ ଅସରଫ ହତ୍ୟା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଏପ୍ରିଲ ୨୪ ରେ ଏହି ମାମଲାର ଶୁଣାଣି ହେବ । ଅତିକ୍ ଅହମଦର ହତ୍ୟା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି।
ଉତ୍ତର ପ୍ରଦେଶରେ ଆଉ କୌଣସି ମାଫିଆ ବା ଅପରାଧୀମାନେ ଶିଳ୍ପପତିମାନଙ୍କୁ ଧମକ ଦେଇପାରିବେ ନାହିଁ। ବର୍ତ୍ତମାନ ସବୁ କିଛି ବନ୍ଦ ହୋଇଯାଇଛି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି। ଶନିବାର ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ପୁଲିସ୍ ଉପସ୍ଥିତିରେ ୩ ଜଣ ଯୁବକ ହତ୍ୟା କରିଥିଲେ। ଏହାକୁ ନେଇ ରାଜ୍ୟ ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ଏସବୁ ଭିତରେ ଯୋଗୀ ଆଦିତ୍ୟନାଥଙ୍କ ବୟାନ ସାମ୍ନାକୁ ଆସିଛି।
ସେ କହିଛନ୍ତି, “ବର୍ତ୍ତମାନ କୌଣସି ପେଶାଗତ ଅପରାଧୀ କିମ୍ବା ମାଫିଆ ଆଉ ଫୋନ ଯୋଗେ ଶିଳ୍ପପତିଙ୍କୁ ଧମକ ଦେଇପାରିବେ ନାହିଁ। ଉତ୍ତର ପ୍ରଦେଶରେ ପୂର୍ବରୁ ଭୟଙ୍କର ଦଙ୍ଗା ହେଉଥିଲା। ଲୋକଙ୍କୁ ଭୟଭୀତ କରାଯାଉଥିଲା। ହେଲେ ଏବେ ଆଉ ଭୟଭୀତ ହେବାର କୌଣସି କାରଣ ନାହିଁ।”
Powered by Froala Editor