ବିବାଦୀୟ ବୟାନ ଦେଇ ବିବାଦରେ ଯୋଗ ଗୁରୁ ରାମଦେବ
ନୂଆଦିଲ୍ଲୀ : ଯୋଗ ଗୁରୁ ରାମଦେବ ପୁଣି ବିବାଦ ଘେରକୁ ଆସିଛନ୍ତି । ଗତକାଲି ସେ ଏଲୋପାଥି ମେଡିସିନ୍ ସଂପର୍କରେ ବିବାଦୀୟ ବୟାନ ଦେଇଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ତାଙ୍କୁ ଏକ କଡ଼ା ଚିଠି ଲେଖି ତାଙ୍କ ମନ୍ତବ୍ୟ ଫେରାଇ ନେବାକୁ କହିଥିଲେ । ଏହାପରେ ସେ ତାଙ୍କ ବିବୃତିକୁ ଫେରାଇ ନେଇଥିଲେ । କିନ୍ତୁ ଏବେ ରାମଦେବଙ୍କ ଆଉ ଏକ ବିବାଦୀୟ ଭିଡିଓ ଭାଇରାଲ ହୋଇଛି । ଏଥିରେ ରାମଦେବ କହିଛନ୍ତି ଯେ ଦୁଇଟି ଯାକ କରୋନା ଟିକା ନେବା ପରେ ଦେଶରେ ୧୦ ହଜାର ଡାକ୍ତର ମୃତୁ୍ୟବରଣ କରିଛନ୍ତି । ଡାକ୍ତରମାନେ ଯଦି ସେମାନଙ୍କ ନିଜ ଜୀବନକୁ ବଞ୍ଚାଇ ପାରୁନାହାନ୍ତି ତାହେଲେ ସେମାନେ କି ପ୍ରକାର ଡାକ୍ତର? ଏହାପରେ ରାମଦେବଙ୍କ ଶ୍ରୋତା ହସୁଛନ୍ତି । ଯଦି ଆପଣମାନେ ଡାକ୍ତର ହେବାକୁ ଚାହାନ୍ତି ତାହେଲେ ସ୍ୱାମୀ ରାମଦେବଙ୍କ ଭଳି ହୁଅନ୍ତି, ଯାହାଙ୍କର କୌଣସି ଡିଗ୍ରି ନାହିଁ । ବିନା ଡିଗ୍ରିରେ ଦିବ୍ୟତ୍ୱ ଏବଂ ମର୍ଯ୍ୟାଦାର ସେ ଡାକ୍ତର ବୋଲି ରାମଦେବ କହିଛନ୍ତି । କିଛି ଲୋକଙ୍କୁ ଯୋଗର ଉପକାରିତା ସଂପର୍କରେ ବୁଝାଇବା ସମୟରେ ଏଭଳି ଟିପ୍ପଣୀ ଦେଇଛନ୍ତି । ଏଥିସହିତ ଅନ୍ୟ ଏକ ଭାଇରାଲ ଭିଡିଓରେ ରାମଦେବ ଡାକ୍ତର ଏବଂ କୋଭିଡ-୧୯ ଟିକାର ଫଳପ୍ରଦତାକୁ ନେଇ ଥଟ୍ଟା କରିଛନ୍ତି । ଏଥିସହିତ ସେ ନିଜକୁ ଜଣେ ଦିବ୍ୟ ଏବଂ ମର୍ଯ୍ୟାଦାଜନକ ଡାକ୍ତର ଭାବେ ଦାବି କରିଛନ୍ତି ।
Powered by Froala Editor