ରବିବାର ତୁଳସୀ ଗଛକୁ ଦିଅନ୍ତୁନି ଜଳ, ଘରେ ଆସେ ଦାରିଦ୍ର୍ୟତା
ହିନ୍ଦୁ ଧର୍ମରେ ତୁଳସୀ ଗଛ ସବୁଠାରୁ ପୂଜନୀୟ ବୋଲି ବିବେଚନା କରାଯାଏ। ସେଥିପାଇଁ ସମସ୍ତେ ନିଜ ଘରେ ତୁଳସୀ ଗଛ ଲଗାଇଛନ୍ତି। ସକାଳ ଓ ସନ୍ଧ୍ୟାରେ ତୁଳସୀ ଗଛ ପୂଜା କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି, କାରଣ ମା ତୁଳସୀଙ୍କୁ ଲକ୍ଷ୍ମୀଙ୍କ ରୂପ ବୋଲି ବିବେଚନା କରାଯାଏ। ନିୟମ ଅନୁଯାୟୀ ତୁଳସୀଙ୍କୁ ପୂଜା କରିବା ଦ୍ୱାରା ଘରେ ଧନ ଆସିଥାଏ ଏବଂ ଦେବୀ ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି। କିନ୍ତୁ ବାସ୍ତୁ ଶାସ୍ତ୍ରରେ ତୁଳସୀ ଗଛ ସହ ଜଡିତ କିଛି ନିୟମ କୁହାଯାଇଛି। ଯଦି ଏହି ନିୟମକୁ ପାଳନ କରାନଯାଏ ତେବେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି। ଆସନ୍ତୁ ଜାଣିବା ସେହି ନିୟମ ଗୁଡିକ ବିଷୟରେ
ଏହି ଦିନ ଅର୍ପଣ କରନ୍ତୁନି ଜଳ :
ଧାର୍ମିକ ଶାସ୍ତ୍ର ଅନୁଯାୟୀ, ରବିବାର ଦିନ ତୁଳସୀ ଗଛକୁ ଜଳ କେବେ ଦିଆଯିବା ଉଚିତ ନୁହେଁ। ବିଶ୍ୱାସ ଅନୁଯାୟୀ, ଏହି ଦିନ ଦେବୀ ତୁଳସୀ ଭଗବାନ ବିଷ୍ଣୁଙ୍କ ପାଇଁ ନିର୍ଜଳା ବ୍ରତ ରଖନ୍ତି। ଏହି ଦିନ, ଯଦି ତୁଳସୀ ଗଛରେ ପାଣି ଦିଆଯାଏ, ତେବେ ତାଙ୍କର ବ୍ରତ ଭାଙ୍ଗିଯାଏ। ଯେଉଁଥିପାଇଁ ମା’ ଲକ୍ଷ୍ମୀ ଏବଂ ତୁଳସୀ କ୍ରୋଧିତ ହୁଅନ୍ତି ଏବଂ ଘରେ ଦାରିଦ୍ର୍ୟତା ଆସେ ।
ନିର୍ଜଳା ଏକାଦଶୀ :
ଏହା ବ୍ୟତୀତ ନିର୍ଜଳା ଏକାଦଶୀ ଦିନରେ ମଧ୍ୟ ଜଳ ଦିଆଯିବା ଉଚିତ ନୁହେଁ। ଏହି ଦିନ ତୁଳସୀଙ୍କୁ ଜଳ ଦେବା ଦ୍ୱାରା ଦେବୀ ତୁଳସୀଙ୍କର ବ୍ରତ ଭାଙ୍ଗିଯାଏ, ଯେଉଁ କାରଣରୁ ସେ କ୍ରୋଧିତ ହୁଅନ୍ତି ଏବଂ ଘରେ ଦାରିଦ୍ର୍ୟତା ମଧ୍ୟ ଆସେ।
ତୁଳସୀ ବିବାହ :
ତୁଳସୀ ବିବାହ ଦିନ ମଧ୍ୟ ତୁଳସୀ ଗଛକୁ କେବେ ବି ପାଣି ଦିଆଯିବା ଉଚିତ୍ ନୁହେଁ । ଏହି ଦିନ ମା’ ତୁଳସୀ ବିବାହ କରିଥିଲେ। ସେଥିପାଇଁ ଏହି ଦିନରେ ତୁଳସୀଙ୍କୁ ପାଣି ଦିଆଯିବା ଉଚିତ୍ ନୁହେଁ ।
ଜୀବନରେ ଆସିଥାଏ :
ଏହି ସବୁ ଦିନରେ ମା’ ତୁଳସୀଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ଜୀବନରେ ନକାରାତ୍ମକତା ବଢିଥାଏ ଏବଂ ମା ଲକ୍ଷ୍ମୀ-ଭଗବାନ ବିଷ୍ଣୁ କ୍ରୋଧିତ ହୁଅନ୍ତି । ମା’ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ କ୍ରୋଧ ହେତୁ ଘରେ ନକାରାତ୍ମକତା ଆସିବା ଆରମ୍ଭ କରେ ।
ଏହି ଦିଗରେ ରଖନ୍ତୁ ତୁଳସୀ ଗଛ :
ବାସ୍ତୁ ଅନୁଯାୟୀ, ଘରର ବାଲକୋନୀରେ, ଝରକାର ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ତୁଳସୀ ଗଛ ଲଗାଇବା ଶୁଭ ବୋଲି ବିବେଚନା କରାଯାଏ। ଏହି ଦିଗରେ ଦେବା-ଦେବୀଙ୍କ ବାସ ହୋଇଥାଏ। ତେଣୁ ଏହି ଦିଗରେ ତୁଳସୀ ଗଛ ରଖିବା ଶୁଭ ବୋଲି କୁହାଯାଏ।
Powered by Froala Editor