ଜାରି ହେଲା ଏସ୍ମା, ଆନ୍ଦୋଳନ କରିପାରିବେନି ସ୍ୱାସ୍ଥ୍ୟ କର୍ମଚାରୀ
ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟ ସେବାରେ ନିୟୋଜିତ ସମସ୍ତ କର୍ମଚାରୀଙ୍କ ପ୍ରତି ଏସମା (ଅତ୍ୟାବଶ୍ୟକ ସେବା ଆଇନ) ଲାଗୁ କରିଛନ୍ତି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଲାଗୁ ଏସମା ଲାଗୁ କରାଯାଇଛି। ନର୍ସ, ଫାର୍ମାସିଷ୍ଟ, ପାରାମେଡ଼ିକ୍ସ, ଟେକ୍ନିସିଆନଙ୍କ ସମେତ ଅନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପ୍ରତି ମଧ୍ୟ ଏସମା ଲାଗୁ ହୋଇଛି। ଜରୁରୀ ସେବାରେ ବ୍ୟାଘାତ ନ ଘଟାଇବା ପାଇଁ ରାଜ୍ୟ ସରକାର ଏସମା ଲାଗୁ କରିଛନ୍ତି।
ସମ୍ପ୍ରତି ରାଜ୍ୟରେ ଗ୍ରୀଷ୍ମ ଲହରୀ ଜନ ଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି । ଏଭଳି ସମୟରେ ତତ୍କାଳ ସ୍ୱାସ୍ଥ୍ୟ ସେବାର ଯଥେଷ୍ଟ ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଲମ୍ବା ଛୁଟି କିମ୍ବା ଧର୍ମଘଟ ଆନ୍ଦୋଳନକୁ ଓହ୍ଲାଇଲେ ତାହା ସ୍ୱାସ୍ଥ୍ୟ ସେବାରେ ବଡ଼ ପ୍ରତିବନ୍ଧକ ଆଣିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାରେ ଏସମା ଲାଗୁ କରିଛନ୍ତି । ବିଧିବଦ୍ଧ ଭାବେ ଏନେଇ ଗେଜେଟ ନୋଟିଫିକେସନ ପ୍ରକାଶ ପାଇଥିବାବେଳେ ଏହା ଆସନ୍ତା ୬ ମାସ ଯାଏଁ ବଳବତ୍ତର ରହିବ । ଏହି ସମୟରେ ଡାକ୍ତରଖାନାର କୌଣସି କର୍ମଚାରୀ ଆନ୍ଦୋଳନ କରିପାରିବେ ନାହିଁ ।
Powered by Froala Editor