ଆପଣ ସୁସ୍ଥ କି ଅସୁସ୍ଥ, କେମିତି ଜାଣିବେ ?

ସୁସ୍ଥ ଜୀବନ କିଏ ବଞ୍ଚିବାକୁ ଚାହେଁନି । ହେଲେ ଅସ୍ତବ୍ୟସ୍ତ ଜୀବନଶୈଳୀ ଆମକୁ ଅସୁସ୍ଥ କରିଦିଏ । ତେବେ କେମିତି ଜାଣିବା ଆମେ ସୁସ୍ଥ ଅଛନ୍ତି କି ନାହିିଁ? ଏମିତି କିଛି ଲକ୍ଷଣ ରହିଛି ଯାହାକି ଏକ ସୁସ୍ଥ ଶରୀରକୁ ସୂଚିତ କରିଥାଏ । ଆସନ୍ତୁ ଜାଣିବା...
-ପ୍ରଥମତଃ ଶୋଇବା ସମୟରେ ଯଦି ୩୦ମିନିଟ ମଧ୍ୟରେ ନିଦ ଆସି ଯାଉଛି ତେବେ ଏହା ଏକ ସୁସ୍ଥ ଶରୀର ଲକ୍ଷଣ ହୋଇଥାଏ ।
-ଶିଢ଼ି ଚତ଼ିବା ସମୟରେ ଯଦି ଜୋରଜୋରରେ ନିଶ୍ୱାସ ଚାଲୁ ନାହିଁ ତେବେ ଏହା ସୁସ୍ଥ ହୃଦୟର ସଙ୍କେତ ଦିଏ ।
-କୌଣସି ସ୍ଥାନରେ ଆଘାତ ଲାଗିଲେ ଯଦି ଘା\' ଠିକ ସମୟରେ ଶୁଖିଯାଉଛି, ତେବେ ଶରୀରର ଇମ୍ୟୁନିଟି ସିଷ୍ଟମ ଠିକ ଅଛି ବୋଲି ଜଣାପଡିବ ।
-ଚର୍ମ ଯଦି କୁଣ୍ଡେଇ ହେଉ ନାହିଁ କି ବ୍ରଣ ସମସ୍ୟା ନାହିଁ ଜାଣି ରଖନ୍ତୁ ଶରୀର ସୁସ୍ଥ ଅଛି ।
-ସେହିପରି ମହିଳାମାନଙ୍କ କ୍ଷେତ୍ରରେ ଯଦି ୨୧ରୁ ୪୫ ଦିନ ମଧ୍ୟରେ ଋତୁସ୍ରାବ ଆସୁଛି । ତେବେ ଏହା ବି ସୁସ୍ଥ ଶରୀର ଏକ ସଙ୍କେତ ।
-ଦିନ ଭିତରେ ଅ ।ପଣ ଅ ।ପଣଙ୍କ ଦୈନନ୍ଦିନ କାମ କରିବା ସମୟରେ ଯଦି କ୍ଲାନ୍ତ ଅନୁଭବ କରୁ ନାହାନ୍ତି ତେବେ ଅ ।ପଣ ସୁସ୍ଥ ଅଛନ୍ତି ।
-ସେହିପରି କେଣସି ଜିନିଷକୁ ଯଦି ଅ ।ପଣ ସହଜରେ ମନେ ରଖି ପାରୁଛନ୍ତି, ଏହା ଏକ ସୁସ୍ଥ ମସ୍ତିଷ୍କର ସଙ୍କେତ ।
-ପ୍ରତିଦିନ ମଳତ୍ୟାଗ କଲା ବେଳେ ଯଦି କୌଣସି ଅସୁବିଧା ହେଉନାହିଁ, ଏହାବି ଶରୀର ସୁସ୍ଥ ଥିବା ସଙ୍କେତ ଦିଏ ।
Powered by Froala Editor