ସରକାରୀ ଟିକାଦାନ କେନ୍ଦ୍ରରେ ହୋଇପାରିବ ପଞ୍ଜୀକରଣ

ନୂଆଦିଲ୍ଲୀ : ଦେଶର ସରକାରୀ ଟିକାଦାନ କେନ୍ଦ୍ରମାନଙ୍କରେ ୧୮ରୁ ୪୪ ବର୍ଷ ବୟସର ହିତାଧିକାରୀଙ୍କୁ ଟିକାକରଣ ପାଇଁ ଏଣିକି କେବଳ ଅନଲାଇନ ମାଧ୍ୟମ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ସରକାରୀ ଟିକା କେନ୍ଦ୍ରରେ ପହଞ୍ଚି ସେମାନେ ଟିକା ପାଇଁ ନିଜ ନାମ ପଞ୍ଜୀକରଣ କରିପାରିବେ । କେନ୍ଦ୍ର ସରକାର ସୋମବାର ଏଥିପାଇଁ ଅନୁମତି ଦେଇଛନ୍ତି । ସମ୍ପ୍ରତି ଟିକାଦାନ କେନ୍ଦ୍ରମାନଙ୍କରେ ଯେପରି କିଛି ବି ଟିକା ନଷ୍ଟ ନହୁଏ, ସେଥି ପ୍ରତି ଗୁରୁତ୍ୱ ଦେଇ ସରକାର ଟିକା କେନ୍ଦ୍ରରେ ଏମାନଙ୍କୁ ପଞ୍ଜୀକରଣ ସୁବିଧା ପାଇଁ ଅନୁମତି ଦେଇଥିବା କୁହାଯାଉଛି । ତେବେ ଏ ଦିଗରେ ସଂପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି । ଅପରପକ୍ଷେ, ଏପରି ସୁବିଧା ଘରୋଇ ଟିକାଦାନ କେନ୍ଦ୍ରଗୁଡ଼ିକରେ ମିଳିବନି ବୋଲି ସ୍ପଷ୍ଟ କରାଯାଇଛି । ସୂନଚାଯୋଗ୍ୟ ଯେ ଅନଲାଇନ ପଞ୍ଜୀକରଣ ସତ୍ତ୍ୱେ କୌଣସି କାରଣରୁ କେହି ହିତାଧିକାରୀ ନ ଆସିବା ଦ୍ୱାରା ସେଠାରେ କିଛି ଟିକା ଅବ୍ୟବହୃତ ହୋଇ ରହିଯାଉଛି ।
Powered by Froala Editor