ବଦ୍ହଜମୀ ସମସ୍ୟା ଅଛି କି? କରନ୍ତୁ ମାତ୍ର ୩ଟି ଉପାୟ...
ଖାଦ୍ୟ ତ ଆମେ ଖାଇଦେଉ । ହେଲେ ଶରୀର ବେଳେବେଳେ ତାହା ଗ୍ରହଣ କରିପାରେନାହିଁ । କାହାର ବଦହଜମୀ ହୋଇଯାଏ ତ କାହାର ଗ୍ୟାସ୍ । ତେଣୁ ଶରୀର ପାଇଁ ଖାଦ୍ୟ ଭଲ ଭାବେ ହଜମ ହେବା ନିତାନ୍ତ ଆବଶ୍ୟକୟ । ଭୁଲ୍ ଜୀବନଶୈଳୀ କାରଣରୁ ହଜମ କ୍ରିୟା ପ୍ରଭାବିତ ହୁଏ । ତେଣୁ ହଜମ ଶକ୍ତି ଧିରେ ଧିରେ ଦୁର୍ବଳ ହେବାକୁ ଲାଗେ । ତେବେ ଏସବୁର ଉପାୟ ବି ଅଛି । କେତେବ ପାନୀୟ ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ । ଆସନ୍ତୁ ଜାଣିବା...
ପାନମଧୁରୀ: ହଜମ ଶକ୍ତିକୁ ଶକ୍ତିଶାଳୀ କରିବା ପାଇଁ ସକାଳେ ଖାଲି ପେଟରେ ପାନମଧୁରୀ ପାଣି ପିଇପାରିବେ । ପାନମଧୁରୀରେ ଫାଇବର, ଜିଙ୍କ, ଆଇରନ ଓ ପୋଟାସିୟମ ଭଳି ପୋଷକ ତତ୍ତ୍ୱ ରହିଛି । ପାନମଧୁରୀ ଖାଦ୍ୟକୁ ଭଲ ଭାବେ ହଜମ କରିବାରେ ସହାୟକ ହୋଇଥାଏ । ଏହା ଦ୍ୱାରା ଏସିଡିଟି, ବାନ୍ତି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ ।
ମେଥି ପାଣି : ମେଥି ଦାନା ଭିଟାମିନ ସି, ଫାଇବର, ମାଗ୍ନେସିୟମ, କ୍ୟାଲସିୟମ ଓ ଆଇରନରେ ଭରପୁର । ମେଥି ପାଣି ସେବନ ଦ୍ୱାରା ଶରୀରରୁ ଅଦରକାରୀ ପଦାର୍ଥ ର୍ନିଗତ ହୋଇଥାଏ । ଏପରିକି ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ । ଏଥିପାଇଁ ଏକ ଗ୍ଲାସ ପାଣିରେ ଅଳ୍ପ ମେଥି ଦାନା ପକାଇ ଏହାକୁ ଫୁଟାଇ ରଖନ୍ତୁ । ଅଳ୍ପ ଉଷୁମ ଥିବାବେଳେ ପିଅନ୍ତୁ । ଏହାଦ୍ୱାରା ବଦ୍ହଜମୀ ସମସ୍ୟା ଦୂର ହେବ ।
ଅଦା ଓ ଗୋଲମରିଚ: ଅଦା ଓ ଗୋଲମରିଚ ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଉପକାରୀ । ଅଦାରେ ଆଣ୍ଟି-ଇଫ୍ଲେମେଟରୀ ଗୁଣ ରହିଛି । ଯାହା ପାଚନ ଜନିତ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ । ଅଦାରେ ଓ ଗୋଲମରିଚ ଚା'ରେ ମହୁ ମଧ୍ୟ ମିଶାଇ ପାରିବେ । ଏହା ଏସିଡିଟି ଓ ବଦହଜମି ସମସ୍ୟାରୁ ମୁକ୍ତି ଦେଇଥାଏ ।
Powered by Froala Editor