ଦୃଷ୍ଟିଶକ୍ତି କମୁଥିଲେ ଖାଆନ୍ତୁ ଏସବୁ ଖାଦ୍ୟ...
ଅଧିକ ସମୟ ମୋବାଇଲ୍, ଲାପ୍ଟପ୍, କମ୍ପ୍ୟୁଟର ବ୍ୟବହାର କରିବା ଏବଂ ଅସନ୍ତୁଳିତ ଖାଦ୍ୟାଭ୍ୟାସ ଭଳି କାରଣରୁ ଯୁବପିଢ଼ିଙ୍କଠାରେ ଚକ୍ଷୁ ସମସ୍ୟା ଦେଖିବାକୁ ମିଳୁଛି । ଏମିତିକି ପର ପିଢି ମଧ୍ୟ ଛୋଟ ବେଳୁ ଆଖି ସମସ୍ୟାରେ ପୀଡିତ ହେଉଛନ୍ତି । ତେଣୁ ଦୃଷ୍ଟିଶକ୍ତି ବଢାଇବା ଜରୁରୀ ହୋଇପଡିଲାଣି । ତେବେ କେଉଁ କେଉଁ ଖାଦ୍ୟ ନିଜ ରୁଟିନରେ ସାମିଲ କଲେ ଦୃଷ୍ଟିଶକ୍ତି ବୃଦ୍ଧି ହେବାରେ ସହାୟକ ହେବ । ସେ ବିଷୟରେ ଜାଣିବା ଆସନ୍ତୁ...
ଶାଗ: ଦୃଷ୍ଟିଶକ୍ତି ବୃଦ୍ଧି କରିବା ଲାଗି ଶାଗ ହେଉଛି ସବୁଠୁ ଭଲ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍, ମିନେରାଲ୍ସୟ ଭରି ରହିଛି । ତେଣୁ ପ୍ରତିଦିନ ତଟକା ସବୁଜ ଶାଗକୁ ସାମିଲ କରିପାରିବେ ।
ଛୁଇଁ: ଶିମ୍ବ, ବିନ୍ସ, ଝୁଡ଼ଙ୍ଗ, ସଜନାଛୁଇଁ ଭଳି ଛୁଇଁଜାତୀୟ ଖାଦ୍ୟରେ ପ୍ରୋଟିନ୍ ଏବଂ ଜିଙ୍କ୍ ପରିମାଣ ଖୁବ୍ ଅଧିକ । ଯାହାକି ଚକ୍ଷୁ ପାଇଁ ବେଶ୍ ଉପକାରୀୟ । ତେଣୁ ଯଥାସମ୍ଭବ ଏସବୁ ଖାଦ୍ୟରେ ସାମିଲ କରନ୍ତୁ । କିନ୍ତୁ ଧ୍ୟାନ ରଖନ୍ତୁ ଏସବୁ ତଟକା ହୋଇଥିବା ଆବଶ୍ୟକ ।
ସାଲମନ୍, ଚୁନା : ସାଲମନ୍, ଚୁନା ଭଳି ସମୁଦ୍ର ମାଛରେ ପ୍ରଚୁର ପରିମାଣରେ ଓମେଗା-୩ ଫ୍ୟାଟି ଏସିଡ୍ ରହିଛି । ଯାହାକି ଚକ୍ଷୁ ଶୁଷ୍କ ହେବା ବା ଡ୍ରାଏ ଆଇ ସମସ୍ୟା ଦୂର କରେ । ଏପରିକି ସି ଫୁଡ୍ ଖାଇବା ଦ୍ାରା ଗ୍ଲକୋମା ଭଳି ସମସ୍ୟାଠାରୁ ଦୂର ହୋଇଥାଏ ।
ତଟକା ପରିବା: ଗାଜର, ଫୁଲକୋବି ଏବଂ ଅନ୍ୟାନ୍ୟ ତଟକା ପନିପରିବା ଜାତୀୟ ଖାଦ୍ୟ ମଧ୍ୟ ଦୃଷ୍ଟିଶକ୍ତି ବୃଦ୍ଧି କରିଥାଏ । ଫ୍ରେସ ମିଳୁଥିବା ପରିବା କେବଳ ଆଖି ନୁହେଁ ପୁରା ଶରୀରକୁ ପ୍ରଚୁର ପରିମାଣର ଭିଟାମିନ ଯୋଗାଇ ଥାଏ ।
ଅଣ୍ଡା: ଅଣ୍ଡାରେ ଭରିରହିଛି ପ୍ରଚୁର ପରିମାଣର ଲ୍ୟୁଟିନ୍, ଭିଟାମିନ୍ ଇ, ସି । ଯାହାକି ଚକ୍ଷୁ ସମସ୍ୟା ଦୂର କରିବା ଲାଗି ବହୁତ ଉପକାରୀ ।
ବାଦାମ ଜାତୀୟ ଖାଦ୍ୟ: ଆଖିକୁ ସୁସ୍ଥ ରଖିବା ଲାଗି ଭିଟାମିନ୍ ଇ, ସି, ଜିଙ୍କ୍, ଓମେଗା-୩ ଫ୍ୟାଟି ଏସିଡ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଜରୁରୀ । ତେବେ ଏ ସବୁ ଭରପୂର ମାତ୍ରାରେ ରହିଛି ବିଭିନ୍ନ ମଞ୍ଜି ଏବଂ କାଜୁ, ପେସ୍ତା, ଚିନାବାଦାମ ଏବଂ ଅନ୍ୟ ବାଦାମଜାତୀୟ ଖାଦ୍ୟରେ । ତେଣୁ ପ୍ରତିଦିନ କିଛି ମଞ୍ଜି ଜାତୀୟ ଖାଦ୍ୟ ଖାଆନ୍ତୁ ।
Powered by Froala Editor