ବ୍ଲକ୍ ଓ ହ୍ୱାଇଟ୍ ପରେ ୟେଲୋ ଫଙ୍ଗସ୍ ଚିହ୍ନଟ

ଦେଶରେ କରୋନା ଦ୍ବିତୟ ଲହର ଘାତକ ହୋଇଥିବା ବେଳେ ଫଙ୍ଗସ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଛି। ବ୍ଲାକ୍ ଫଙ୍ଗସ ଏବଂ ହ୍ବାଇଟ୍ ଫଙ୍ଗସ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଏବେ ୟେଲୋ ଫଙ୍ଗସ୍ ସଂକ୍ରମଣ ହେଉଛି। ଉତ୍ତରପ୍ରଦେଶର ଗାଜିଆବାଦରୁ ପ୍ରଥମ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ରୋଗୀଙ୍କ ଶରୀରରେ ବ୍ଲାକ୍ ଫଙ୍ଗସ୍ ସମେତ ହ୍ବାଇଟ୍ ଏବଂ ୟେଲୋ ଫଙ୍ଗସ୍ ମିଳିଛି।
ଗାଜିଆବାଦର ଯେଉଁ ହସ୍ପିଟାଲରୁ ଏହି ମାମଲା ମିଳିଛି ସେଠାରେ ପୂର୍ବରୁ ୭ ଜଣ ହ୍ବାଇଟ ଫଙ୍ଗସ୍ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଗାଜିଆବାଦର ସଞ୍ଜୟ ନଗରର ଜଣେ ବାସିନ୍ଦାଙ୍କ ଶରୀରରେ ୩ ପ୍ରକାର ଫଙ୍ଗସ୍ ମିଳିଥିବା ବେଳେ ଏବେ ବରିଷ୍ଠ ଇଏନଟି ଡାକ୍ତର ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି। ଗାଜିଆବାଦର ଏକ ଘରୋଇ ହସ୍ପିଟାଲରେ ବ୍ଲାକ ଏବଂ ହ୍ବାଇଟ୍ ଫଙ୍ଗସ୍ର ମୋଟ ୨୬ମାମଲା ସାମ୍ନାକୁ ଆସିଛି। ଯଦିଓ ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୁଚନା ମିଳିନାହିଁ କିନ୍ତୁ ବିଶେଷଜ୍ଞଙ୍କ ଅନୁମାନ ଠିକ ହେଲେ ଏବେ ଦେଶରେ ୩ ପ୍ରକାର ଫଙ୍ଗସ୍ ଲୋକଙ୍କୁ ସଂକ୍ରମିତ କରୁଥିବା କୁହାଯାଇପାରେ।
Powered by Froala Editor