କୁକୁର ଠାରୁ ଡେଇଁଥିବା କରୋନାକୁ ନେଇ ଚିନ୍ତା

ନୁ୍ୟୟର୍କ : କରୋନା ଭାଇରସ କବଳରୁ ସମଗ୍ର ବିଶ୍ୱ ମୁକୁଳିନଥିଲା ବେଳେ ଏବେ ଆଉ ୪ ପ୍ରକାର କରୋନା ଷ୍ଟ୍ରେନକୁ ନେଇ ଚିନ୍ତା ବଢ଼ିଲାଣି । ଏବେ ବ୍ୟାପୁଥିବା କରୋନା ଭାଇରସ ବାଦୁଡି ଦେରୁ ମଣିଷ ଦେହକୁ ଡେଇଁଥିବାର କୁହାଯାଉଥିଲା ବେଳେ ଉପରୋକ୍ତ ୪ଟି ଷ୍ଟ୍ରେନ ଭିତରୁ ଦୁଇଟି କୁକୁର ଠାରୁ ଗୋଟିଏ ବିଲେଇ ଏବଂ ଆଉ ଗୋଟିଏ ଷ୍ଟ୍ରେନ ଘୁଷୁରି ଠାରୁ ଡେଇଁଥିବା କୁହାଯାଉଛି । ଗବେଷକମାନଙ୍କ କହିବା ଅନୁସାରେ ଗତ ବର୍ଷ କରୋନା ସଂକ୍ରମଣ ଆରମ୍ଭ ହେବା ର୍ପୂବରୁ କେବଳ ୭ ପ୍ରକାର କରୋନା ଭାଇରସ ସମ୍ପର୍କରେ ଜଣାଥିଲା । କେବଳ ମାଲେସିଆର କିଛି ବର୍ଷ ତଳେ ଜଣେ ବ୍ୟକ୍ତି ଦେହରେ ୪ ପ୍ରକାର କରୋନା ଷ୍ଟ୍ରେନ ଠାବ କରାଯାଇଥିଲା । ଏହା ବିଶେଷଜ୍ଞମାନଙ୍କୁ ଚକିତ କରିଦେଇଥିଲା । କାରଣ ସେଇ ଷ୍ଟ୍ରେନ ଗୁଡ଼ିକ କେବଳ କୁକୁର, ବିଲେଇ ଓ ଘୁଷୁରିଙ୍କ ଦେହରେ ଦେଖାଯାଏ । ଏହି ଷ୍ଟ୍ରେନ ଗୁଡିକ ମଣିଷ ଦେହକୁ କେମିତି ଆସିଲେ, ତାହା ସ୍ପଷ୍ଟ ହୋଇନାହିଁ । ସେହିପରି ଏହି ଷ୍ଟ୍ରେନ ଗୁଡିକ ମଣିଷ ଦେହରେ ନିଜକୁ ବିକଶିତ କରିପାରୁଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।
Powered by Froala Editor