ଛେଳି ସହ ଅପ୍ରାକୃତିକ ଯୌନ ସମ୍ପର୍କ, ଯୁବକ ଅଟକ
କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଧୀନ ତିଲଙ୍ଗ ଗ୍ରାମରେ ଛେଳି ସହ ଅପ୍ରାକୃତିକ ଯୌନ ସମ୍ପର୍କ। ଯୁବକଙ୍କୁ ଅଟକ ରଖିଲା ପୋଲିସ। ଘଟଣାର ତଦନ୍ତ ଚଳାଇଛି। ତିଲଙ୍ଗ ଗ୍ରାମର କବିତା ପ୍ରଧାନ କିଛି ଛେଳି ରଖି ତାଙ୍କର ଗୁଜୁରାଣ ମେଣ୍ଟାଉଛନ୍ତି। ସେ ପ୍ରାୟ ୬ ରୁ ୭ଟି ଛେଳି ପାଳିଛନ୍ତି। ସୋମବାର ବିଳମ୍ବିତ ରାତି ପ୍ରାୟ ସାଢେ଼ ୧୨ଟା ବେଳେ ଗ୍ରାମର ଉମାଶଙ୍କର ନାୟକ ଓରଫ ଧାକୁନା (୩୨ ବର୍ଷ) ଛେଳି ଗୁହାଳରେ ପଶି ଏକ ମାଈ ଛେଳି ସହ ବଳପୂର୍ବକ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ। ଏହା ଦେଖି ଅନ୍ୟ ଛେଳିମାନେ ବୋବାଇବାରୁ କବିତା ଓ ତାଙ୍କ ଭାଇମାନେ ଉଠି ପଡ଼ିଥିଲେ। ଗୁହାଳରେ ସେମାନେ ପହଞ୍ଚିବା ଦେଖି ଧାକୁନା ସେଠାରୁ ଦୌଡ଼ି ପଳାଇଥିଲେ। ଉକ୍ତ ମାଈ ଛେଳିର ଗୁପ୍ତାଙ୍ଗରୁ ପ୍ରଚୁର ରକ୍ତସ୍ରାବ ହେବା ସହ ଭୀଷଣ କଷ୍ଟ ପାଉଥିଲା। କବିତାଙ୍କ ପରିବାର ସଦସ୍ୟ ସମ୍ପୃକ୍ତ ଛେଳିକୁ ପ୍ରାଣୀ ଚିକିତ୍ସାଳୟରେ ନେଇ ଚିକିତ୍ସା କରାଇଛନ୍ତି। ଅଭିଯୋଗ ପାଇ ଡେରାବିଶ ପୁଲିସ ଧାକୁନାଙ୍କୁ ଅଟକ ରଖି ପଚରାଉଚରା କରୁଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା କଥା, ଅସମୟରେ ପତ୍ନୀଙ୍କ ବିୟୋଗ ପରେ ଧାକୁନା ନିଃସଙ୍ଗ ହୋଇପଡିଛନ୍ତି। ତାଙ୍କର ମାନସିକ ସନ୍ତୁଳନ ବିଗିଡ଼ି ଯାଇଛି।
Powered by Froala Editor