ଏପ୍ରିଲ ୧ ଯାଏଁ ରାଜ୍ୟରେ ଝଡ ପବନ, ୧୨ ଜିଲ୍ଲାକୁ ସର୍ତକ
ଭୁବନେଶ୍ବର: ପଶ୍ଚିମା ଝଡ ପ୍ରଭାବରେ ୩୦ ମାର୍ଚ୍ଚରୁ ଏପ୍ରିଲ ୧ ଯାଏଁ ରାଜ୍ୟରେ ଝଡ ପବନ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି। ଏହି ସମୟରେ ଘଣ୍ଟା ପ୍ରତି ବେଗ ୪୦ରୁ ୫୦ କି.ମି ବେଗରେ ପବନ ହେବ। ତେବେ ୩୧ ମାର୍ଚ୍ଚରେ ଏହାର ପ୍ରଭାବ ସର୍ବାଧିକ ଦେଖିବାକୁ ମିଳିବ।
ମାର୍ଚ୍ଚ ୩୦ ପାଇଁ ୧୨ ଜିଲ୍ଲାକୁ ସର୍ତକ ସୂଚନା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କରାଯାଇଛି। ୧୨ ଜିଲ୍ଲାରେ ବିଜୁଳି-ଘଡଘଡି ସହ ଝଡ-ପବନ ହେବ। ଘଣ୍ଟା ପ୍ରତି ପବନର ବେଗ ୪୦ରୁ ୫୦ କି.ମିରେ ପ୍ରବାହିତ ହେବ ବୋଲି ଚେତାବନୀ ଦିଆଯାଇଛି।
ସେହିପରି ମାର୍ଚ୍ଚ ୩୧ ତାରିଖରେ ୧୭ ଟି ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି। ଏପରିକି ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବଜ୍ରପାତ ସହ ବର୍ଷା ହେବ। ଉକ୍ତ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ ରୁ ୫୦ କି.ମି ବେଗରେ ପବନ ପ୍ରବାହିତ ହେବ। ଅପ୍ରେଲ ୧ ତାରିଖରେ ୧୬ ଜିଲ୍ଲାକୁ ଚେତାବନୀ ଦିଆଯାଇଛି। ବଜ୍ରପାତ ସହ ବର୍ଷା ହେବ। ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କ.ମି ରହିବ।
Powered by Froala Editor