ଏଣିକି ପିଲାଙ୍କୁ ଗାଡି ଦେଲେ ୨୫ ହଜାର ଜରିମାନା ଗଣିବେ
ଆସନ୍ତାକାଲିଠାରୁ ଯାଞ୍ଚ କଡାକଡି କରିବ ପରିବହନ ବିଭାଗ । ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀ ଓ ମଦ୍ୟପ ଡ୍ରାଇଭରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବାନେଇ ସୂଚନା ଦେଇଛନ୍ତି ପରିବହନ ବିଭାଗ ଅତିରିକ୍ତ କମିଶନର ଲାଲମୋହନ ସେଠୀ ।
ପିଲାମାନେ ଯେଉଁଭଳି ବେପାରୁଆ ଭାବରେ ଗାଡି ଚଳାଉଛନ୍ତି ସେଥିପାଇଁ ଦୁର୍ଘଟଣା ହେଉଛି । ବେଆଇନ ଗାଡି ଚଳାଉଥିବା ସ୍କୁଲ ପିଲାଙ୍କୁ ସାବାଡ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଛାତ୍ରଛାତ୍ରୀ ମାନେ ଯଦି ଗାଡି ଚଳାଇବା ସମୟରେ ଧରା ପଡନ୍ତି, ତେବେ ସେମାନଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ । ସେହିପରି ସେମାନେ ଚଳାଉଥିବା ଗାଡିକୁ ଜବତ କରାଯିବା ସହ ୨୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । କେବଳ ସେତିକି ନୁହେଁ, ଗାଡି ମାଲିକଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କଡା ଚେତାବନୀ ଦେଇଛନ୍ତି ଏନ୍ଫୋର୍ସମେଣ୍ଟ ଅତିରିକ୍ତ କମିଶନର । କାଲି ଠାରୁ ଏପ୍ରିଲ ପ୍ରଥମ ସପ୍ତାହ ଶେଷ ପର୍ଯ୍ୟନ୍ତ ଏହି ସ୍ପେଶାଲ ଡ୍ରାଇଭ ଚାଲିବ ବୋଲି ସୂଚନା ଦିଆଯାଇଛି ।
Powered by Froala Editor