ୟୁଜିସିର ଗୁରତ୍ୱାରୋପ:ପାଠ୍ୟକ୍ରମ ଶେଷ ପରେ ତୁରନ୍ତ ମିଳିବ ପ୍ରମାଣପତ୍ର
ଭୁବନେଶ୍ୱର: ବିଭିନ୍ନ ଉଚ୍ଚତର ଶିକ୍ଷାନୁଷ୍ଠାନରୁ ଡିଗ୍ରୀ ହାସଲ କରୁଥିବା ଛାତ୍ରଛାତ୍ରୀଙ୍କୁ ସଠିକ୍ ସମୟରେ ସାର୍ଟିଫିକେଟ୍ ଓ ମାର୍କସିଟ୍ ଆଦି ଦେବା ଲାଗି ୟୁଜିସି ଗୁରତ୍ୱାରୋପ କରିଛି। ଏ ନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ୟୁଜିସି ଚିଠି ଲେଖିଛି। ୟୁଜିସି ଦର୍ଶାଇଛି ଯେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀ ସ୍ନାତକ, ସ୍ନାତକୋତ୍ତର ଓ ପିଏଚଡି ହାସଲ ପରେ ମଧ୍ୟ ସେମାନଙ୍କୁ ସଠିକ୍ ସମୟରେ ମାର୍କସିଟ୍ ଓ ଅନ୍ୟାନ୍ୟ ପ୍ରମାଣପତ୍ର ସଠିକ୍ ସମୟରେ ମିଳି ପାରୁନି। ଶିକ୍ଷାନୁଷ୍ଠାନଗୁଡ଼ିକ ପିଲାଙ୍କୁ ସାର୍ଟିଫିକେଟ ଦେବାରେ ଅନେକ ବିଳମ୍ବ କରୁଛନ୍ତି। ଛାତ୍ରଛାତ୍ରୀଙ୍କ ନିକଟରୁ ଏନେଇ ଅନେକ ଅଭିଯୋଗ ମଧ୍ୟ ଆସିଛି। ସାର୍ଟିଫିକେଟ୍ ମିଳିବାରେ ବିଳମ୍ବ ହେଉଥିବାରୁ ପିଲାଙ୍କ ଉଚ୍ଚଶିକ୍ଷା ମଧ୍ୟ ଗୁରୁତର ପ୍ରଭାବିତ ହେଉଛି। ଏପରିକି ସେମାନଙ୍କ ନିଯୁକ୍ତିରେ ଅନେକ ସମସ୍ୟା ଦେଖା ଦେଉଛି। ତେଣୁ ଏହାକୁ ଗୁରୁତ୍ୱର ସହ ନେବା ସହିତ ଏସମ୍ପର୍କିତ ଅଧିନିୟମକୁ କଡ଼ାକଡ଼ିଭାବେ ପାଳନ କରିବା ପାଇଁ ୟୁଜିସି ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।
Powered by Froala Editor