ଅପରେସନ ସମୟରେ ମାଓ ଡମ୍ପ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ମାଓ ଡମ୍ପ ଠାବ। ନକ୍ସଲ ଦମନ ପାଇଁ ଜିଲ୍ଲାରେ ମୁତୟନ ହୋଇଥିବା ୮୮ ବାଟାଲିଆନ ବିଏସଏଫ ଯବାନମାନେ ଗତକାଲି କୁମ୍ଵିଂ ଅପରେସନ ଲାଗି ବାଲିମେଳା ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ମାଓବାଦୀମାନେ ମାଟି ତଳେ ପୋତି ରଖିଥିବା ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଛନ୍ତି। ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ନାକାମାମୁଡି ପଞ୍ଚାୟତର ଲାରୀଗୁଡା ଓ ତାଇମାଳ ଜଙ୍ଗଲରେ ଅପରେସନ ଚାଲିଥିବା ସମୟରେ ଯବାନମାନେ ଏହି ଡମ୍ପ ଠାବ କରିଥିଲେ।
ଯବାନମାନେ ଯାଞ୍ଚ୍ କରିବା ବେଳେ ମାଟି ତଳୁ ମାଓ ସାମଗ୍ରୀ ଜବତ ହୋଇଛି। ଜବତ ମାଓ ସାମଗ୍ରୀ ମଧ୍ୟରେ ୩ଟି ଟିଫିନ ବୋମା, ୨ଟି ଦେଶୀ ବନ୍ଧୁକ, ଗୋଟିଏ ବେରେଲ ବନ୍ଧୁକ, ଦେଶୀ ବନ୍ଧୁକ, ଖାଲି ଖୋଳ ୨ ଟି, ଗ୍ରେନେଡ଼ ୧୧ ଟି, ଡିଟୋନେଟର ୮ ଟି, ଇନସାସ ମାଗାଜିନ, ୱାକି ଟକି, ବିସ୍ଫୋରକ ପାଉଡର ଓ ମାଓ ପୁସ୍ତକ ରହିଛି ।
Powered by Froala Editor