ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆମୋନିୟମ ଗ୍ୟାସ ଲିକ : ଶିଶୁ ସମେତ ୩ ଗୁରୁତର
ପାରାଦୀପ ଗଡ଼ ଇଣ୍ଡଷ୍ଟ୍ରିଆଲ ଏରିଆରେ ଥିବା ଲକ୍ଷ୍ମୀନାରାୟଣ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆମୋନିୟମ ଗ୍ୟାସ ଲିକ ହେବାରୁ ୩ ଜଣ ଗୁରୁତର ହୋଇଛନ୍ତି । ତିନ ଗୁରୁତରଙ୍କ ମଧ୍ୟରେ ଜଣେ ଶିଶୁ ରହିଛନ୍ତି। ଏହି ଘଟଣାରେ ମୋଟ ୧୩ ଜଣ ପ୍ରଭାବିତ ହୋଇଥିବାବେଳେ ୧୦ ଜଣଙ୍କୁ ପାରାଦୀପ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ୩ ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଲକ ଥାନା ପୋଲିସ ଓ ଏକ ଟେକ୍ନିକାଲ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ସଙ୍ଗେ ସଙ୍ଗେ ଚିଙ୍ଗୁଡି ଫ୍ୟାକ୍ଟ୍ରିର ଭଲଭକୁ ବଦଳାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ପାରାଦୀପ ଗଡ଼ ଇଣ୍ଡଷ୍ଟ୍ରିଆଲ ଏରିଆରେ ଥିବା ଲକ୍ଷ୍ମୀନାରାୟଣ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଥିବା ଆମୋନିଆ ଟ୍ୟାଙ୍କରର ଏକ ଭଲବରୁ ଆମୋନିଆ ଲିକ୍ ହୋଇଥିଲା। ଏହି ଘଟଣାରେ ମୋଟ ୧୩ ଜଣ ଆମୋନିଆ ଗ୍ୟାସ ପ୍ରଭାବରେ ଆସିଥିଲେ। ସେଠାରେ କାମ କରୁଥିବା ୨ ଜଣ ମହିଳା ଜଣେ ଶିଶୁ ଏହି ଗ୍ୟାସର ପ୍ରଭାବରେ ଚେତାଶୂନ୍ୟ ହୋଇ ପଡିଥିଲେ। ଗୁରୁତରଙ୍କୁ ତୁରନ୍ତ କଟକ ସ୍ଥିତ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
Powered by Froala Editor