୪ଜଣଙ୍କୁ ବିବାହ କରି ରସିକିଆ ଯନ୍ତ୍ରୀ ଗିରଫ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ କାର୍ୟ୍ୟରତ ପୂର୍ତ୍ତ ବିଭାଗ କନିଷ୍ଠଯନ୍ତ୍ରୀ ଗୋପୀନାଥ କିଶାନ ୪ଜଣଙ୍କୁ ବିବାହ କରି ଗିରଫ ହୋଇଛନ୍ତି। ଚତୁର୍ଥ ପତ୍ନୀ ସୁନୀତା ମାଧିଆ ଓରଫ ସୁନୀତା କିଶାନଙ୍କ ଅଭିଯୋଗ ମିଳିବା ପରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ଯନ୍ତ୍ରୀ ଗୋପୀନାଥ କିଶାନ ପୂର୍ବରୁ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସୁନ୍ଦରଗଡ଼ରେ ଆଉ ଜଣଙ୍କୁ ବିବାହ କରିଥିଲେ। ତାଙ୍କୁ ନିର୍ୟାତନା ଦେବା ସହ ଛାଡି ଦେଇ ରାଉରକେଲାର ଜଣେ ଯୁବତୀଙ୍କ ସହିତ ତୃତୀୟ ବିବାହ କରିଥିଲେ।
ତାଙ୍କୁ ମଧ୍ୟ ନିର୍ୟାତନା ଦେଇ ଛାଡ଼ି ଛତିଶଗଡ଼ ରାଜ୍ୟ ଚକ୍ରଧର ନଗର ଥାନା ଅନ୍ତର୍ଗତ ରାୟଗଡ ସହରର ଯୁବତୀ ସୁନୀତା ମାଧିଆଙ୍କ ସହିତ ବିବାହ କରିଥିଲେ। ଝାରସୁଗୁଡ଼ାଠାରେ ଏହି ବିବାହ ସଂପନ୍ନ ହୋଇଥିଲା। ପୂର୍ବରୁ ଅନ୍ୟ ଦୁଇ ଜଣ ସହିତ ବିବାହ କରିଥିବା ସୁନୀତା ଜାଣିବା ପରେ ଗୋପୀନାଥଙ୍କୁ ପଚାରିଥିଲେ । ଏହାପରେ ପ୍ରଥମ ପତ୍ନୀଙ୍କ ମାଙ୍କ ସହିତ ମିଶି ଗୋପୀନାଥ ନିର୍ୟାତନା ଦେଇଥିଲେ ।
ଗତ ଫେବୃଆରୀ ୨୦୨୨ରେ ସୁନୀତା ସହିତ ବିବାହ ପରଠାରୁ ଅଧିକ ଯୌତୁକ ଦାବି କରି ଅକଥନୀୟ ନିର୍ୟାତନା ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି । ଏଥିରେ ପ୍ରଥମ ପତ୍ନୀଙ୍କ ମା’ ମଧ୍ୟ ସାମିଲ ହୋଇଥିଲେ ବୋଲି ସୁନୀତା ନିଜ ଅଭିଯୋଗରେ ଦର୍ଶାଇଛନ୍ତି । ଅଭିଯୋଗ ମିଳିବା ପରେ ରାୟଗଡ଼ା ପୁଲିସ ତଦନ୍ତ କରି ଆଜି ତାଙ୍କୁ ସହରର ସାଇପ୍ରିୟା ନଗର ଘରୁ ଗିରଫ କରିଥିଲା ।
Powered by Froala Editor